www.samajalive.in
Saturday, December 6, 2025
16.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦେଲେ ଓଡିଆ ସିନେ ପ୍ରଯୋଜକ ଓ ନିର୍ଦେଶକ 

ଖୁଣ୍ଟା : ଓଡିଆ ସିନେମା ଜଗତ ସହିତ ଜଡିତ ଥିବା ଦୁଇ ଜଣ ଯୁବ ପ୍ରଯୋଜକ ଓ ନିର୍ଦେଶକ ମଙ୍ଗଳବାର କରୋନା ମୁକାବିଲା ସହାୟତାର ହାତ ବଢାଇଛନ୍ତି। ସିନେ ପ୍ରଜେଯାକ ଶୁଭେନ୍ଦୁ କୁମାର ସାହୁ, ବିଷ୍ଣପ୍ରିୟା ସାହୁ ଓ ସିନେ ନିର୍ଦେଶକ ତାପସ କୁମାର ସରଘରିଆ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ରୋକିବାକୁ ଲକଡାଉନ ଜାରି କରାଯାଇଥିବା ବେଳେ ଜରୁରୀ ସେବା ବ୍ୟତୀତ ଅନ୍ୟାନ୍ୟ କ୍ଷେତ୍ର ଭଳି ଓଡିଆ ସିନେ ଜଗତରେ ନିୟୋଜିତ ଥିବା ଲୋକମାନଙ୍କ କାମକାର୍ଯ୍ୟ ବନ୍ଦ ହୋଇଯାଇଛି। କାମ ବନ୍ଦ ଯୋଗୁ ସିନେମା ସହିତ ଜଡିତ ଥିବା କଳାକାରମାନେ ବାହାରକୁ ନବାହାରି ଘର ମଧ୍ୟରେ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ କିଏ ସହାୟତାର ହାତ ବଢାଉଛି, ତ ଆଉ କିଏ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମାନବ ଜାତି ପାଇଁ ବିପଦ ପାଲଟିଥିବା କରୋନା ଭୂତ୍ତାଣୁ ସଂକ୍ରମଣର ମୁକାବିଲା କରିବା ଓ ସେଥିରେ ଆକ୍ରନ୍ତ ମାନଙ୍କ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି। ସେଥିପାଇଁ ବହୁ ସଂସ୍ଥା, ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଆଗକୁ ଆସି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ରାଶି ଦାନ କରୁଥିବା ବେଳେ ସିନେ ପ୍ରଯୋଜକ ତଥା କୁହୁ ସିନେ ଫିଲ୍ମସ୍ ପ୍ରଯୋଜନା ସଂସ୍ଥାର ମୁଖ୍ୟ ଉଭୟ ଶୁଭେନ୍ଦୁ କୁମାର ସାହୁ, ବିଷ୍ଣପ୍ରିୟା ସାହୁ ଓ ସିନେ ନିର୍ଦେଶକ ତାପସ କୁମାର ସରଘରିଆ ମିଳିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ଲକ୍ଷ ଟଙ୍କା ଦାନ କରିଛନ୍ତି। ମଙ୍ଗଳବାର ଶୁଭେନ୍ଦୁ କୁମାର ସାହୁ ଓ ତାପସ କୁମାର ସରଘରିଆ ମୟୂରଭଞ୍ଜ ଜିଲାପାଳଙ୍କୁ ବାରିପଦାସ୍ଥିତ କାର୍ଯ୍ୟାଳୟରେ ଭେଟି ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ସେମାନଙ୍କର ଏହି ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯିବା ସହ ପ୍ରଶଂସା କରାଯାଇଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories