www.samajalive.in
Wednesday, December 10, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ତୈଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଛନ୍ତି : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ପିଏସୟୁ ପକ୍ଷରୁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୧୦୩୧.୨୯ କୋଟି ଟଙ୍କା ଦାନ କରାଯାଇଥିବା ବେଳେ ପିଏସୟୁର କର୍ମଚାରୀମାନେ ସେମାନଙ୍କ ଦରମାରୁ ଅତିରିକ୍ତ ୬୧ କୋଟି ଟଙ୍କା ଦାନ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି। ବର୍ତମାନ ସୁଦ୍ଧା ଗୋଟିଏ ଦିନରେ ମୋଟ ୧୦୯୨.୨୯ ସର୍ବାଧିକ ଟଙ୍କା ପ୍ରଧାନମନ୍ତ୍ରୀ କେୟାର ଫଣ୍ଡକୁ ପ୍ରଦାନ କରାଯାଇଛି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏ ନେଇ ଶ୍ରୀ ପ୍ରଧାନ ପ୍ରଶଂସା କରିବା ସହ ଟ୍ୱିଟ୍‍ କହିଛନ୍ତି ଯେ ବିଶ୍ୱ ଯେତେବେଳେ ସବୁଠୁ ବଡ ବିପଦର ସମ୍ମୁଖୀନ ହୁଏ, ସେତେବେଳେ ଲୋକମାନଙ୍କ ପାଇଁ ତୈଳ ଏବଂ ଗ୍ୟାସ ପିଏସୟୁର ଏଭଳି ପ୍ରତିବଦ୍ଧତା ଦେଖି ମୁଁ ବିନୟପୂର୍ଣ୍ଣ। ଏହି ପରିବାରର ଅଂଶ ହୋଇଥିବାରୁ ମୁଁ ଗର୍ବିତ। ଅପରପକ୍ଷରେ ଏଲପିଜି ବିତରଣ ସମୟରେ କରୋନା ସଂକ୍ରମଣ ବା ପ୍ରଭାବରେ କାର୍ଯ୍ୟରତ କର୍ମଚାରୀ ଯଥା ସୋ-ରୁମ ଷ୍ଟାଫ୍‍, ଗୋଦାମ କିପର, ମେକାନିକ୍‍ ଓ ଡେଲିଭରି ବୟଙ୍କ ମୃତ୍ୟୁ ଘଟିଲେ ସେମାନଙ୍କୁ ସହାୟତା ସ୍ୱରୂପ ୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯିବ ବୋଲି ସୋମବାର ଦେଶର ତୈଳ ବିପଣନ କମ୍ପାନୀ ଆଇଓସିଏଲ, ବିପିସିଏଲ ଓ ଏଚପିସିଏଲ ପକ୍ଷରୁ ଘୋଷଣା କରାଯାଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିବା ସହ ଉଲ୍ଲେଖ କରିଛନ୍ତି ଯେ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଦ୍ୱାରା ନିଆଯାଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ। ବର୍ତମାନ ସମୟରେ ଆମର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଦିଆଯାଉଥିବା ସେବା ହିଁ ଆମର ପରିଚୟ। କର୍ମଚାରୀଙ୍କ ସୁରକ୍ଷା ଓ ସୁସ୍ଥତା ଆମ ପାଇଁ ପ୍ରାଥମିକତା ଓ ଗୁରୁତ୍ୱପୂର୍ଣ୍ଣ। ଏହି ସହାନୁଭୂତିଶୀଳ ପଦକ୍ଷେପ ଶ୍ରମିକଙ୍କ ସୁରକ୍ଷାକୁ ମଜବୁ୍‍ତ୍‍ କରିବା ସହ ସେମାନଙ୍କୁ ଭାରତ କରୋନା ଯୁଦ୍ଧରେ ଲଢିବାକୁ ସାହାଯ୍ୟ କରିବ। ଶ୍ରୀ ପ୍ରଧାନ ଆହୁରି ଉଲ୍ଲେଖ କରିଛନ୍ତି ଯେ, ଲକ୍‍ ଡାଉନରୁ ଏଲପିଜି ଯୋଗାଣକୁ ଅବ୍ୟାହତି ଦିଆଯାଇଛି। ଏଲପିଜି ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଦେଶରେ ଓ ସମସ୍ତ ଉପଭୋକ୍ତାଙ୍କ ପାଖରେ ନିରନ୍ତର ଏଲପିଜି ଯୋଗାଣ ବଜାୟ ରଖିବା ପାଇଁ କର୍ମଚାରୀମାନେ ଏହି ସଙ୍କଟ ସମୟରେ କାର୍ଯ୍ୟରେ ଯୋଗଦେବାର ଆବଶ୍ୟକ ରହିଛି।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories