www.samajalive.in
Wednesday, December 10, 2025
23.1 C
Bhubaneswar

ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କଲେ ମେରି କମ୍‌

ନୂଆଦିଲ୍ଲୀ : କରୋନା ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ୬ଥର ବିଶ୍ବ ଚମ୍ପିଆନ୍‌ ହୋଇଥିବା ଭାରତୀୟ ମହିଳା ବକ୍ସର ମେରି କମ୍‌। ମେରି କମ୍‌ ବର୍ତ୍ତମାନ ରାଜ୍ୟସଭା ସାଂସଦ ଅଛନ୍ତି। ସାଂସଦ ଭାବେ ତାଙ୍କୁ ତାଙ୍କୁ ମାସିକ ୧ ଲକ୍ଷ ଟଙ୍କା ଦରମା ମିଳିଥାଏ। ଏହି ଦରମାକୁ ମେରି କମ୍‌ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବାକୁ ଘୋଷଣା କରିଛନ୍ତି।
ମଣିପୁର ବାସିନ୍ଦା ମେରି କମ୍‌ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୬ରୁ ସେ ରାଜ୍ୟସଭା ସାଂସଦ ଅଛନ୍ତି। ସେହିପରି ଏମ୍‌ପି ଲାଡ୍‌ଫଣ୍ଡରୁ ୧ କୋଟି ଟଙ୍କା ଷ୍ଟାଟିଷ୍ଟିକ୍‌ସ ମନ୍ତ୍ରଣାଳୟକୁ ପ୍ରଦାନ କରିବାକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ସେ ଟୋକିଓ ଅଲିମ୍ପିକ୍‌ସରେ ଭାରତକୁ ପ୍ରତିନିଧିତ୍ବ କରିବାକୁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories