www.samajalive.in
Saturday, December 13, 2025
26.1 C
Bhubaneswar

ଗୁପ୍ତ ଦାନ କଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ: ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ତଥା ଅଭିନ୍ରେତୀ ଅନୁଷ୍କା ଶର୍ମା କରୋନା ଭୂତାଣୁ ବିରୋଧରେ ଆରମ୍ଭ ହୋଇଥିବା ଲଢ଼େଇ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ଉଭୟେ ସୋମବାର ସକାଳେ ଏକାପ୍ରକାର ଟ୍ବିଟ୍‌ କରି ଘୋଷଣା କରିଛନ୍ତି। ତେବେ ସେମାନେ କେତେ ଟଙ୍କା ଦାନ କରିଛନ୍ତି ତାହା ପ୍ରକାଶ କରିନାହାନ୍ତି। ଦାନ ଅର୍ଥକୁ ଉଭୟେ ଗୁପ୍ତ ରଖିଛନ୍ତି। ଏହି ଅର୍ଥକୁ ସେମାନେ ପ୍ରଧାନମନ୍ତ୍ରୀ କେୟାର ଫଣ୍ଡ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦେଇଛନ୍ତି।

ସୂଚନାଯୋଗ୍ୟ, କ୍ରୀଡ଼ା ଜଗତର ଅନେକ ବଡ଼ ବଡ଼ ତାରିକା ନିଜ ଇଚ୍ଛାରେ ଆର୍ଥିକ ସହାୟତା କରିଛନ୍ତି। କିନ୍ତୁ ବିରାଟ କୋହଲି କେବଳ ଭିଡିଓ କରି ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିଲେ। ଏହା ପରେ ଟ୍ବିଟରେ ତାଙ୍କୁ ଅନେକ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା। ଏହା ପରେ ବିରାଟ-ଅନୁଷ୍କା ଆର୍ଥିକ ସହାୟତା କରିବାକୁ ଆଗେଇ ଆସିଛନ୍ତି। ଉଭୟଙ୍କ ଟ୍ବିଟ୍‌ ପରେ ସେମାନଙ୍କ ପ୍ରଶଂସକମାନେ ଢେର ପ୍ରଶଂସା କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories