www.samajalive.in
Sunday, December 7, 2025
23.1 C
Bhubaneswar

ଲକ ଡାଉନ ସମୟରେ ବଢିପାରେ ପ୍ଲାନରେ ବୈଧତା- ଟ୍ରାଇ

ନୂଆଦିଲ୍ଲୀ : କରୋନା ମୁକାବିଲା ପାଇଁ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଦିନ ପାଇଁ ଦେଶର ତାଲା ପକାଇବାକୁ ଘୋଷଣା କରିଥିଲେ। ଏହାପରେ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହାକୁ ଲକ୍ଷ କରି ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଅର୍ଥାତ୍ (ଟ୍ରାଇ) ଟେଲିକମ କମ୍ପାନୀମାନଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସମସ୍ତ ଟେଲିକମ କମ୍ପାନୀମାନେ ନିଜ ପ୍ଲାନର ବୈଧତା ବୃଦ୍ଧି କରିବାକୁ ଟ୍ରାଇ କହିଥିବା ଜଣାପଡ଼ିଛି। ଟ୍ରାଇ କହିଛି ଯେ,  ପ୍ରିପେଡ୍ ଯୋଜନାର ବୈଧତା ବୃଦ୍ଧି ହେତୁ ଗ୍ରାହକମାନେ ଲକଡାଉନ୍ ସମୟରେ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ଗ୍ରାହକମାନେ ଏହି କଠିନ ପରିସ୍ଥିତିରେ ପରସ୍ପର ସହିତ ଯୋଗାଯୋଗ କରିବାରେ ସକ୍ଷମ ହେବେ ।

ରିପୋର୍ଟ ଅନୁଯାୟୀ, ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀମାନଙ୍କୁ ଟ୍ରାଇ  ଚିଠି ଲେଖିଛି । ଏହି ଚିଠିରେ କମ୍ପାନୀମାନଙ୍କୁ କୁହାଯାଇଛି ଯେ,  ସମସ୍ତ ଉପଭୋକ୍ତାଙ୍କର ପ୍ରିପେଡ୍ ଯୋଜନାଗୁଡିକର  ବୈଧତା ବୃଦ୍ଧି କରାଯିବା ଉଚିତ।  ଯାହାଦ୍ବାରା ସେମାନେ କୌଣସି ପ୍ରକାରର ଅସୁବିଧାର ସମ୍ମୁଖୀନ ହେବେ ନାହିଁ। ଏହା ବ୍ୟତୀତ ଲକଡାଉନ୍ ସମୟରେ ଗ୍ରାହକଙ୍କୁ ବିନା ବାଧାରେ ସେବା ଯୋଗାଇବା ପାଇଁ  ଟେଲିକମ କମ୍ପାନୀମାନଙ୍କ ପକ୍ଷରୁ କେଉଁ ପଦକ୍ଷେପ ନିଆଯାଉଛି ସେନେଇ ଟ୍ରାଇ କମ୍ପାନୀମାନଙ୍କୁ ସୂଚନା ମାଗିଛି।

- Advertisement -

ବର୍ତ୍ତମାନ ସୁଦ୍ଧା ଟେଲିକମ୍ କମ୍ପାନୀଗୁଡିକ ଟ୍ରାଇ ପଠାଇଥିବା  ଚିଠିର ପ୍ରତିକ୍ରିୟା ଦେଇନାହାଁନ୍ତି। ଏଥିସହ, ପ୍ରିପେଡ୍ ଯୋଜନାଗୁଡିକର ବୈଧତା ବୃଦ୍ଧି କରିବାକୁ କମ୍ପାନୀଗୁଡିକ ଘୋଷଣା କରି ନାହାଁନ୍ତି । କମ୍ପାନୀଗୁଡିକ ଖୁବ ଶୀଘ୍ର ପ୍ରିପେଡ୍ ଯୋଜନାଗୁଡିକର ବୈଧତା ବୃଦ୍ଧି କରିବାକୁ ଘୋଷଣା କରିବେ ବୋଲି ଆଶା କରାଯାଉଛି । ଯଦି ଟେଲିକମ୍ କମ୍ପାନୀଗୁଡିକ ଏହି ପରିସ୍ଥିତିରେ ପ୍ରିପେଡ୍ ଯୋଜନାଗୁଡିକର  ବୈଧତା ବୃଦ୍ଧି କରନ୍ତି, ତେବେ ଗ୍ରାହକମାନେ ଲାଭବାନ ହେବେ ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories