ଖବରକାଗଜ ବିକ୍ରେତାଙ୍କୁ ପୁଲିସର ଲାଠିମାଡ଼

ଭଦ୍ରକ: ଲୋକଙ୍କ ନିକଟରେ ଖବରକାଗଜ ପହଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ଅନୁରୋଧ କରିବା ସହିତ ଏଥିରେ ସହଯୋଗ କରିବାକୁ ବିଭିନ୍ନ ରାଜ୍ୟର ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। କିନ୍ତୁ ଭଦ୍ରକରେ ରବିବାର ପୁଲିସ ଜଣେ ଖବରକାଗଜ ବିକ୍ରେତାଙ୍କୁ ଲାଠିମାଡ଼ କରିଛି। ଏହାକୁ ଭଦ୍ରକର ଗଣମାଧ୍ୟମ ପ୍ରତିନିଧି, ଖବରକାଗଜ ବିକ୍ରେତା ଓ ସାଧାରଣ ଜନତାଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ସୂଚନା ଅନୁସାରେ, ଭଦ୍ରକ ନଜେଜ ସେଣ୍ଟର ପରିବାରର ସଦସ୍ୟ ତଥା ବରିଷ୍ଠ ଖବରକାଗଜ ବିକ୍ରେତା ଶ୍ରୀକାନ୍ତ କୁମାର ମହାନ୍ତି ରବିବାର ସକାଳେ ଖବରକାଗଜ ବିତରଣ କରି ଫେରୁଥିଲେ। ଏହି ସମୟରେ ତାଙ୍କୁ ଜଣେ ପୁଲିସ କର୍ମଚାରୀ ଲାଠିରେ ପିଟିଥିଲେ। ସେ ‘ସମାଜ’ର ଖବରକାଗଜ ବିକ୍ରେତା ବୋଲି ନିଜର ପରିଚୟପତ୍ର ଦେଖାଇବା ପରେ ବି ପୁଲିସ ତାଙ୍କୁ ଲାଠିରେ ମାଡ଼ ମାରିଥିଲା। ଏ ନେଇ ଶ୍ରୀକାନ୍ତଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

Comments are closed.