www.samajalive.in
Monday, December 15, 2025
16.1 C
Bhubaneswar

୨୪ଘଣ୍ଟାରେ କରୋନା ମୃତ୍ୟୁ : ଇଟାଲୀ ୧୦୦୦, ସ୍ପେନ୍‌ ୫୬୯

ନୂଆଦିଲ୍ଲୀ : ୟୁରୋପ ଏବେ କରୋନା ଭୂତାଣୁର ନୂଆ କେନ୍ଦ୍ରସ୍ଥଳୀ ପାଲଟିଛି। ୟୁରୋପରେ ଇଟାଲି ଓ ସ୍ପେନରେ ଏହି ସଂକ୍ରମଣ ଦ୍ରୁତଗତିରେ ବଢିଚାଲିଛି। ଇଟାଲୀରେ ଗୋଟିଏ ଦିନରେ ୧୦୦୦ ଜଣଙ୍କର ମୃତ୍ୟୁ ହୋଇଛି, ଯାହାକି କରୋନା ମୃତ୍ୟୁସଂଖ୍ୟାର ଏହା ଦିନିକିଆ ସର୍ବାଧିକ ରେକର୍ଡ ବୋଲି କୁହାଯାଉଛି। ତେବେ ସ୍ପେନରେ ମୃତ୍ୟୁସଂଖ୍ୟା ଯେଉଁଭଳି ବେଗରେ ବଢିଚାଲିଛି ତାହା ସମସ୍ତଙ୍କୁ ଆତଙ୍କିତ କରିଦେଇଛି। ଗତ ୨୪ ଘଣ୍ଟାରେ ସ୍ପେନରେ ୫୬୯ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହାଫଳରେ ସ୍ପେନରେ ମୋଟ ମୃତ୍ୟୁସଂଖ୍ୟା ୪୯୩୪ ରେ ପହଞ୍ଚିଛି, ଯାହାକି ଏହି ଭୂତାଣୁର ଉତ୍ପତ୍ତିସ୍ଥଳ ଚୀନଠାରୁ ଅନେକ ଅଧିକ। ଚୀନରେ କରୋନା ଭୂତାଣୁ ଯୋଗୁଁ ପ୍ରାୟ ୩୨୯୨ ଜଣ ମୃତ୍ୟୁବରଣ କରିଛନ୍ତି। ତେବେ ସ୍ପେନରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪,୦୫୯ରେ ପହଞ୍ଚିଛି।
ଅନ୍ୟପକ୍ଷରେ ସଂକ୍ରମଣ ଦୃଷ୍ଟିରୁ ଆମେରିକା ଏବେ ଚୀନ୍‌କୁ ଟପି ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ଦେଶରେ ପରିଣତ ହୋଇଛି। ଆମେରିକାରେ ଗୋଟିଏ ଦିନରେ ୧୧,୫୩୩ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଏବେ ୯୬,୯୬୮କୁ ବୃଦ୍ଧି ପାଇଛି। ତେବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଥିବାବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସଂକ୍ରମିତ ୬୪୦ ଗୁରୁତର ଥିବା ଜଣାପଡିଛି। ତେବେ ସଂକ୍ରମିତଙ୍କ ମଧ୍ୟରୁ ୬୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନାରୁ ପ୍ରକାଶ। ଅନ୍ୟପକ୍ଷରେ ପାକିସ୍ତାନରେ ମଧ୍ୟ ଗୋଟିଏ ଦିନରେ ୧୩୦ ଲୋକ ସଂକ୍ରମିତ ହୋଇଛନ୍ତି ଓ ୯ ଜଣଙ୍କ ମୃତ୍ୟୁ ଘଟିଛି। ଏଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩୩୧ରେ ପହଞ୍ଚିଛି। ସେହିଭଳି ଇରାନରେ ୩୦ ହଜାର ସଂକ୍ରମିତ ଥିବାବେଳେ ୨୨୩୪ ଜଣଙ୍କ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ସମଗ୍ର ବିଶ୍ୱରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ପାଖାପାଖି ପହଞ୍ଚିଛି। ମୃତ୍ୟୁସଂଖ୍ୟା ୨୬,୮୨୬ରେ ପହଞ୍ଚିଛି। ତେବେ ଆଶ୍ବସ୍ତର କଥା ହେଉଛି ବିଶ୍ୱରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୨୮ ହଜାରରେ ପହଞ୍ଚିଛି। ଆଶ୍ବାସନାର ବିଷୟ ହେଉଛି ୧,୨୨,୧୫୦ ଜଣ କରୋନା ସଂକ୍ରମଣ ପରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories