www.samajalive.in
Saturday, December 6, 2025
15.1 C
Bhubaneswar

ଗୋପାଳପୁର ବେଳାଭୂମିରୁ ମତ୍ସ୍ୟଜୀବୀଙ୍କ ମୃତ ଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ବେଳାଭୂମି ପରିସରରୁ ବୁଧବାର ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମତ୍ସ୍ୟଜୀବି ଜଣଙ୍କ ଗୋପାଳପୁର ଏନଏସି ଅନ୍ତର୍ଗତ ଓ୍ବାଡ ନଂ ୨ ଅଧିନସ୍ଥ ସତ୍ୟ ସାଇବାବା ସାହିର ଜି. ପଲେୟା(୬୫) ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ,  କେତକ ସତ୍ସଜୀବୀ ବେଳାଭୂମିରେ ଥିବା ସେମାନଙ୍କ ଡଙ୍ଗା ଓ ଜାଲ ଗୁଡ଼ିକର ତଦାରଖ ପାଇଁ ମହୋତ୍ସବ ମଣ୍ଡପ ସନ୍ନିକଟ ବେଳାଭୂମିକୁ ଯାଇଥିଲେ। ଏ‌ହି ସମୟରେ ଦେଶରେ ଜାରୀ କରାଯାଇଥିବା ଲକ ଡାଉନକୁ କଡାକଡି ପାଳନ ପାଇଁ ଗୋପାଳପୁର ଥାନର କେତେକ କର୍ମଚାରୀ ପାଟ୍ରୋଲିଂ କରୁଥିଲେ। ବେଳାଭୂମି ଅଞ୍ଚଳରେ ଲୋକଙ୍କ ଭିଡ ଦେଖି ସେମାନଙ୍କୁ ସେଠାରୁ ଘଉଡାଇ ଥିଲେ। ଏଥିରେ ବେଳାଭୂମିରେ  ଅନ୍ୟ ମତ୍ସ୍ୟଜୀବୀଙ୍କ ସହ ପଲେୟା ମଧ୍ୟ ଉପସ୍ଥିତ ରହିଥିଲେ। ପୁଲିସ ପକ୍ଷରୁ ଭିଡ଼କୁ ଘଉଡାଇବା ସମୟରେ ପଲେୟା ମଧ୍ୟ ଦୌଡିଥିବା ଅନ୍ୟ ମତ୍ସ୍ୟଜୀବୀ ମାନେ ପ୍ରକାଶ କରିଛନ୍ତି । କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ପଲେୟା ଦେଖା ନ ଯିବାରୁ କେତେକ ମତ୍ସ୍ୟଜୀବୀ ବେଳାଭୂମିରେ ଖୋଜା ଖୋଜି କରିବା ବେଳେ ପଲେୟାଙ୍କ ମୃତ ଦେହ ବେଳାଭୂମିରେ ପଡ଼ିଥିବା ଦେଖିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories