BJD Bijuli 480×75 Mob

ଆନ୍ଧ୍ରପ୍ରଦେଶରେ ଗୃହବନ୍ଦୀ ହୋଇଛନ୍ତି ୫ଦାଦନ ଶ୍ରମିକ!

BJD Bijuli 480×75 Mob

ନୀଳଗିରି: କାମଧନ୍ଦା ସନ୍ଧାନରେ ଦାଦନ ଖଟିବାକୁ ଯାଇ ଆନ୍ଧ୍ରପ୍ରଦେଶରେ ୫ଜଣ ଓଡ଼ିଆ ଶ୍ରମିକ ଗୃହବନ୍ଦୀ ହୋଇ ଫଶି ରହିଥିବା ସୂଚନା ମିଳିଛି। ପାଖରେ ପଇସା ନଥିବାରୁ ସେମାନେ ନା ସେଠାରୁ ଫେରି ପାରୁଛନ୍ତି ନା ପେଟକୁ ଦାନା ଦେଇ ପାରୁଛନ୍ତି। ଉଦ୍ଧାର କରିବା ପାଇଁ ସେମାନେ ସୋସିଆଲ ମିଡ଼ିଆ ମାଧ୍ୟମରେ ଆକୁଳ ନିବେଦନ କରିଛନ୍ତି।

ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ତଥା ଔପଦା ବ୍ଲକ ବାଉଁଶବଣିଆ ପଞ୍ଚାୟତର ଢ଼ୋଲପୁର ଗାଁର ପ୍ରଫୁଲ ବାରିକ, ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ସନ୍ତୋଷ ବେହେରା, ଭୁବନେଶ୍ୱର ନୂଆଗାଁ ଅଞ୍ଚଳର ଉମେଶ ଦେହୁରୀ ଓ ଢ଼େଙ୍କାନାଳ କାମାକ୍ଷାନଗର ଅଞ୍ଚଳର ଅନ୍ୟ ୨ଜଣ ଶ୍ରମିକ କାମ ସନ୍ଧାନରେ ୧୦ମାସ ତଳୁ ଆନ୍ଧ୍ରପ୍ରଦେଶର ଚିତ୍ତର ଜିଲାରେ ଥିବା ଏକ ଗ୍ରାନାଇଟ କମ୍ପାନୀରେ କାମ କରୁଛନ୍ତି। ତେବେ କରୋନା ଭୟରେ ସେମାନେ ଘରକୁ ଫେରିବାକୁ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିଥିଲେ ହେଁ ସେମାନଙ୍କ ବାକିଥିବା ଲକ୍ଷାଧିକ ଟଙ୍କାର ପାଉଣା ଦେବା ତ ଦୂରର କଥା ଓଲଟା ସେମାନଙ୍କୁ ଗୃହବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି। ଗୋଟିଏ ପଟରେ କାମ ନଥିବା ଏବଂ ଅନ୍ୟପଟରେ ପାଖରେ ପଇସା ନଥିବାରୁ ସେମାନେ ଉପାସରେ ଦିନ କାଟୁଥିବା ଜଣାଇଛନ୍ତି। ରାଜ୍ୟ ସରକାର ସେମାନଙ୍କୁ ତୁରନ୍ତ ଭିଟାମାଟିକୁ ଫେରିବା ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି।

Comments are closed.