www.samajalive.in
Friday, December 12, 2025
16.1 C
Bhubaneswar

ବିଲୁପ୍ତ ପଥେ ବିରଳ ପକ୍ଷୀ…… ଆଜି ବିଶ୍ୱ ଘରଚଟିଆ ଦିବସ

ଭୁବନେଶ୍ବର : ଆଜି ବିଶ୍ୱ ଘରଚଟିଆ ଦିବସ ଘରଚଟିଆର ସୁରକ୍ଷା ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଯାଇଥାଏ। ଘରଚଟିଆମାନଙ୍କର ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇବା ଯୋଗୁଁ ଏହି ଦିବସ ପାଳନ କରାଯାଉଛି। ଏକପ୍ରକାରରେ ଦେଖିଲେ ଘରଚଟିଆମାନଙ୍କର ସଂଖ୍ୟା ବହୁମାତ୍ରାରେ ହ୍ରାସ ପାଇବା ସହ ଏହା ବର୍ତ୍ତମାନ ଏକ ବିରଳ ପକ୍ଷୀରେ ପରିଣତ ହୋଇସାରିଛି। ଭାରତୀୟ ପରିବେଶବିତ୍‍ ମହମ୍ମଦ ଦିଲାୱର୍‍ଙ୍କ ଦ୍ବାରା ପ୍ରତିଷ୍ଠିତ ନେଚର ଫର୍‍ଏଭର୍‍ ସୋସାଇଟି ଅଫ୍‍ ଇଣ୍ଡିଆ ଦ୍ୱାରା ଏହି ଦିବସ ପାଳନ ଦିଗରେ ପଦକ୍ଷେପ ଆରମ୍ଭ କରାଯାଇଥିଲା।
୨୦୧୦ ମସିହାରେ ବିଶ୍ୱର ବିଭିନ୍ନ ଦେଶରେ ପ୍ରଥମ ଘରଚଟିଆ ଦିବସ ପାଳିତ ହୋଇଥିଲା। ବହୁମାତ୍ରାରେ କୀଟନାଶକର ବ୍ୟବହାର, ଗୃହନିର୍ମାଣର
ଢାଞ୍ଚାରେ ପରିବର୍ତ୍ତନ ଓ ଘରସହ ସଂଲଗ୍ନ ବଗିଚା ହ୍ରାସ ପାଇବା ଆଦି ଘରଚଟିଆ ଏକ ବିରଳ ପକ୍ଷୀରେ ପରିଣତ ହେବାପାଇଁ ମୁଖ୍ୟ କାରଣ ବୋଲି
ବିବେଚନା କରାଯାଉଛି। ଏଥିସହିତ ମୋବାଇଲ୍‍ ଓ ଟି.ଭି. ଟାୱାରଗୁଡ଼ିକରୁ ହେଉଥିବା ବିକିରଣ ଘରଚଟିଆମାନଙ୍କ ମୃତ୍ୟୁର ଅନ୍ୟତମ କାରଣ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories