www.samajalive.in
Wednesday, December 10, 2025
26.1 C
Bhubaneswar

ଯାଜପୁରରୋଡ଼ ପ୍ରେସ କ୍ଲବ ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର : ସାରା ବିଶ୍ୱରେ କରୋନା ଭରାଇସ ନିଜ କାୟା ବିସ୍ତାର କରି ଚାଲିଛି। ଏହାର ପ୍ରଭାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଥିବା ବେଳେ ଭାରତରେ ଏହାର ଆକ୍ରାନ୍ତଙ୍କ ସଂଖ୍ୟା ୨୨୩ରେ ପହଞ୍ଚିଲାଣି। ଏଥିପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ତେବେ ଏହି ସମୟରେ କଟକଣାଠାରୁ ଅଧିକ ଫଳପ୍ରଦ ହେବ ଲୋକଙ୍କୁ ସଚେତନ କାରାଇବା। ସାଧାରଣ ଜନତା ସଚେତନ ହେଲେ ହିଁ ସେମାନେ ନିଜକୁ ନିଜେ ସୁରକ୍ଷିତ ରଖି ପାରିବେ। ତେଣୁ ସାଧାରଣ ଲୋକଙ୍କୁ ସଚେତନ କରାଇବା ଲାଗି ଯାଜପୁରରେ ସାମ୍ବାଦିକମାନେ ଅଣ୍ଟା ଭିଡିଛନ୍ତି। ଯାଜପୁର ରୋଡ଼ ପ୍ରେସ କ୍ଲବ ପକ୍ଷରୁ ବ୍ୟାସନଗର ପୌରାଞ୍ଚଳରେ କରୋନା ଭାଇରସ୍ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରେସ କ୍ଲବର ସଦସ୍ୟମାନେ ମୁଁହରେ ମାସ୍କ ପିନ୍ଧି ଏକ ସଚେତନତା ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ବସ୍ ଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ସାଧାରଣ ଲୋକଙ୍କୁ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା। ଘରେ ସହଜ ଉପାୟରେ କିଭଳି ମାସ୍କ ଓ ସାନିଟାଇଜର୍ ପ୍ରସ୍ତୁତ କରିହେବ ଏବଂ ଭାଇରସ୍ କବଳରୁ କିପରି ନିଜକୁ ସୁରକ୍ଷିତ ରଖାଯାଇପାରିବ, ଏହା ଉପରେ କ୍ଲବର ସଦସ୍ୟମାନେ ଲୋକଙ୍କୁ ସଚେତନ କରାଇଥିଲେ। ତେବେ ଲୋକ ଯେତେ ସଚେତନ ଓ ସତର୍କ ରହିବେ ଏହି ମାରାତ୍ମକ ଭୂତାଣୁ ଠାରୁ ସେତେ ଶୀଘ୍ର ରକ୍ଷା ମିଳିପାରିବ ବୋଲି କ୍ଲବର ସଭାପତି ମତ ପୋଷଣ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର କେତେକ ସ୍ବେଚ୍ଛାସେବୀ ସଙ୍ଗଠନ ସାମିଲ ହୋଇ ସହଯୋଗ କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories