www.samajalive.in
Saturday, December 6, 2025
16.1 C
Bhubaneswar

ଆମେରିକାର ଦୁଇ ସାଂସଦ କରୋନାରେ ଆକ୍ରାନ୍ତ

ୱାସିଂଟନ୍ : ଆମେରିକାର ଦୁଇ ଜଣ ସାଂସଦ ମାରିଓ ଡିଆଜ-ବଲାର୍ଟ ଏବଂ ବେନ ମ୍ୟାକଡାମସ୍ କରୋନା ଭାଇରସ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ଆସିଛି। ଡିଆଜ-ବଲାର୍ଟଙ୍କ କାର୍ଯ୍ୟାଳୟରୁ ବୁଧବାର ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ଶନିବାର ସନ୍ଧ୍ୟାରେ କଂଗ୍ରେସର ମାରିଓ ଡିଆଜ-ବଲାର୍ଟଙ୍କର ଜ୍ୱର ଏବଂ ମୁଣ୍ଡବିନ୍ଧା ଭଳି ଲକ୍ଷଣ ଦେଖାଦେବା ଆରମ୍ଭ କରିଥିଲା। ପରେ ତାଙ୍କର କୋଭିଡ -୧୯ ପାଇଁ କରାଯାଇଥିବା ପରୀକ୍ଷା ପଜିଟିଭ୍ ଆସିଛି।
ଫ୍ଲୋରିଡାର ସାଂସଦ ଏକ ବିବୃତ୍ତିରେ କହିଛନ୍ତି ଯେ, ସେ ବର୍ତ୍ତମାନ ସୁସ୍ଥ ଅନୁଭବ କରୁଛନ୍ତି। କିନ୍ତୁ ସେ ଲୋକମାନଙ୍କୁ କରୋନାକୁ ଗମ୍ଭୀରତାର ସହ ନେବାକୁ କହିଛନ୍ତି। ସେ କହିଛନ୍ତି ଯେ, ଏହି କଷ୍ଟଦାୟକ ସମୟରେ ଆମକୁ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବାକୁ ହେବ।
ସେହିପରି ବୁଧବାର ସନ୍ଧ୍ୟାରେ ୟୁଟାର କଂଗ୍ରେସ ସାଂସଦ ମ୍ୟାକଡାମସ୍ କହିଛନ୍ତି ଯେ, ସେ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଟ୍ୱିଟରରେ ପ୍ରକାଶିତ ଏକ ବିବୃତ୍ତିରେ ସେ କହିଛନ୍ତି, ’ଆଜି ମୁଁ ଜାଣିବାକୁ ପାଇଲି ଯେ ମୋର ପରୀକ୍ଷା ପଜିଟିଭ ଆସିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories