www.samajalive.in
Saturday, December 6, 2025
26.1 C
Bhubaneswar

ବିଦେଶରୁ ଆସିଥିବା ୨୬୨୬ ଜଣ ପଞ୍ଜିକୃତ ହୋଇଛନ୍ତି, ଟେଷ୍ଟ ହୋଇଥିବା ୬୧ଟି ରକ୍ତ ନମୁନାରୁ ୬୦ ନେଗେଟିଭ୍ : ବାଗଚୀ

ଭୁବନେଶ୍ବର : ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ସନ୍ଦେହରେ ୬୧ ଟି ରକ୍ତ ନମୁନା ପରୀକ୍ଷା କରାଯାଇଛି। ଟେଷ୍ଟ ହୋଇଥିବା ୬୧ ଟି ରକ୍ତ ନମୁନାରୁ ୬୦ଟି କରୋନା ନେଗେଟିଭ୍ ଆସିଛି। ଯେଉଁ ଜଣେ କରୋନା ଆକ୍ରାନ୍ତ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ତାଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସୁଛି। ଖୁବ ଶିଘ୍ର ସେ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ। ସେ କହିଛନ୍ତି ରାଜ୍ୟରେ ବିଦେଶ ଫେରନ୍ତା ମାନଙ୍କ ପାଇଁ ଜାରି କରାଯାଇଥିବା ଗାଇଡଲାଇନକୁ ଲୋକମାନେ ମାନୁଛନ୍ତି। ବର୍ତ୍ତମାନ ସୁଦ୍ଧା ବିଦେଶ ଫେରନ୍ତାଙ୍କ ପାଇଁ ଥିବା ୱେବସାଇଟରେ ୨୬୨୬ ଜଣ ଲୋକ ନିଜ ନାମ ପଞ୍ଜିକୃତ କରିଛନ୍ତି। ଏଥି ସହିତ ଗତ ୨୪ ଘଣ୍ଟାରେ ୧୦୪ ନମ୍ବରକୁ ୧୨ ହଜାରରୁ ଅଧିକ କଲ ଆସିଥିବା କହିଛନ୍ତି ସୁବ୍ରତ ବାଗଚୀ। ଏଥି ସହିତ କରୋନା ସମ୍ପର୍କରେ ସାଧାରଙ୍କ ଲୋକଙ୍କୁ ସୂଚନା ଦେବାପାଇଁ ୧୦୪ କଲ୍  ସେଣ୍ଟରରେ ୧୪ ଜଣ ଡାକ୍ତରଙ୍କୁ ନିଯୁକ୍ତ ଦିଆଯାଇଛି। ସାଧାରଣ ଲୋକ କରୋନା ସମ୍ପର୍କରେ କୌଣସି ସୂଚନା ଚାହିୁଁଥିଲେ ୧୦୪ ନମ୍ବରରେ କଲ କରି ସୂଚନା ପାଇପାରିବେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories