www.samajalive.in
Sunday, December 7, 2025
13.1 C
Bhubaneswar

ଓଡ଼ିଶାରେ କରୋନା ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି କିନ୍ନର

ଭୁବନେଶ୍ୱର : କରୋନା ସହିତ ଲଢିବା ପାଇଁ ଏବେ କିନ୍ନରମାନେ ଅଣ୍ଟା ଭିଡ଼ିଛନ୍ତି। କିନ୍ନରମାନେ ହାତରେ ପ୍ଲା-କାର୍ଡ ଧରି ବିଭିନ୍ନ ଅଞ୍ଚଳ ବୁଲି ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି। ଯାହା ବର୍ତ୍ତମାନ ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଲୋକମାନଙ୍କୁ କରୋନା ସହିତ କିପରି ଲଢିବାକୁ ହେବ ସେନେଇ କିନ୍ନରମାନେ ସଚେତନ କରାଉଛନ୍ତି। ବ୍ରହ୍ମପୁରଠାରୁ ଆରମ୍ଭ କରି କଟକ, ଅନୁଗୁଳ ପର୍ଯ୍ୟନ୍ତ ସବୁଆଡେ କିନ୍ନରଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ଏନେଇ କେତେକ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଆଗକୁ ଆସିଛନ୍ତି। କରୋନାର କିପରି ମୁକାବିଲା କରିବେ, ଏହାର ଲକ୍ଷଣ ଏବଂ କଣ କରିବା ଉଚିତ୍, କଣ କରିବା ଉଚିତ୍ ନୁହେଁ, ସେ ସମ୍ପର୍କରେ କିନ୍ନର ସମ୍ପ୍ରଦାୟ ସଚେତନ କରାଉଛନ୍ତି।

ବ୍ରହ୍ମପୁରରେ ଏହି ଅଭିଯାନର ନେତୃତ୍ବ ସଖି ସଂଗଠନର ସଭାପତି ସ୍ବିଟି ସାହୁ ନେଇଥିବାବେଳେ କଟକରେ ସଂଗଠନର ନେତୃତ୍ବ ସ୍ବପ୍ନ ଫାଉଣ୍ଡେସନର ସଭାପତି ଶୀତଲ କିନ୍ନର ସହଯୋଗୀଙ୍କ ସହ ମଳିମିଶି କରୁଛନ୍ତି। ଓଡ଼ିଶାରେ ଏପର୍ଯ୍ୟନ୍ତ ୬୧ଜଣଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ଅନ୍ୟ ୬୦ଜଣଙ୍କର ରିପୋର୍ଟ ନେଗେଟିଭ ଆସିଛି। ପୀଡିତ ଜଣଙ୍କ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେହିଭଳି ଏପର୍ଯ୍ୟନ୍ତ ଭାରତରେ କରୋନା ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ୧୯୭ରେ ପହଞ୍ଚିଛି। ଯେଉଁଥିରୁ ବର୍ତ୍ତମାନ ସୁଦ୍ଧା ଚାରି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିଭଳି ସମଗ୍ର ବିଶ୍ବରେ ଏପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଥିବା ବେଳେ ୯,୨୭୭ ଜଣଙ୍କର ମୃତ୍ୟୁ ଘଟିଛି। ସାଧାରଣତଃ ଗରିବ ଶ୍ରେଣୀର ଲୋକମାନଙ୍କୁ ସଚେତନ କରାଇବା କିନ୍ନରମାନଙ୍କର ମୁଖ୍ୟ ଲକ୍ଷ୍ୟ ରହିଛି।

- Advertisement -

ସ୍ବିଟି ସାହୁ କହିଛନ୍ତି ଯେ, କରୋନାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସଚେତନ ହେବା। ହାତକୁ ଭଲ ଭାବରେ ଧୂଅନ୍ତୁ, ହାତକୁ ଭଲଭାବରେ ସଫା ନ କରି ନାକ, ଆଖି ଏବଂ ପାଟିକୁ ସ୍ପର୍ଶ କରନ୍ତୁ ନାହିଁ। ଏହି ଭୂତାଣୁ ଶରୀରର ବାହାରେ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚି ପାରନ୍ତି ନାହିଁ। ଏହାର ଲକ୍ଷଣ ହେଉଛି, ପ୍ରଥମେ ଜ୍ୱର ହେବା, ତାପରେ ଶୁଖିଲା କାଶ ହୁଏ। ଗୋଟିଏ ସପ୍ତାହ ପରେ, ନିଶ୍ୱାସ ନେବାରେ ମଧ୍ୟ ଅସୁବିଧା ହୋଇଥାଏ।


ସ୍ବପ୍ନ ଫାଉଣ୍ଡେସନର ଶୀତଲ କିନ୍ନର ଗୁରୁବାର ସକାଳୁ କଟକଠାରେ ସଫେଇ କର୍ମଚାରୀ, ଠେଲା ବିକାଳି, ଫୁଟପାତରେ ଥିବା ଦୋକାନୀମାନଙ୍କୁ କରୋନା ଭାଇରସକୁ ନେଇ ସଚେତନ କରାଉଛନ୍ତି। ଏନେଇ ଶୀତଲ କହିଛନ୍ତି ଯେ, ଏହି ବର୍ଗର ଲୋକମାନଙ୍କୁ ହିଁ ସଚେତନତା, ମାସ୍କ, ସାନିଟାଇଜରର ଅଧିକ ଆବଶ୍ୟକତା ରହିଛି। ସେହିଭଳି ଅନୁଗୁଳରେ ମଧ୍ୟ ସାମାଜିକ କର୍ମୀ ଚିନ୍ମୟୀ ଦାସ କରୋନା ଭୂତାଣୁ ଉପରେ ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories