www.samajalive.in
Friday, December 5, 2025
17.1 C
Bhubaneswar

ଯାଜପୁରରେ ଖୋଲୁନି ହୋମିଓପାଥିକ ଡାକ୍ତରଖାନା: କର୍ତ୍ତୃପକ୍ଷଙ୍କୁ ଡକାଇ ବୈଠକ କରିବେ ଜିଲାପାଳ

ଯାଜପୁର: ବର୍ତ୍ତମାନ ଚାରିଆଡ଼େ କୋରୋନା ଭାଇରସ ସଂକ୍ରମଣର ଭୟ ଦେଖାଦେଇଥିବା ବେଳେ ଯାଜପୁରରେ ବିଭିନ୍ନ ହୋମିଓପାଥିକ ଡାକ୍ତରଖାନା ଗୁଡ଼ିକ ନିୟମିତ ଖୋଲୁ ନ ଥିବା ଅଭିଯୋଗ ହୋଇଛି। ତେଣୁ ଥଣ୍ଡା ଓ ଜ୍ୱର ପାଇଁ ଲୋକେ ହୋମିଓପାଥିକ ଡାକ୍ତରଖାନା ଯାଇ ଖାଲି ହାତରେ ଫେରୁଥିବା ଜଣା ପଡ଼ିଛି। ତେଣୁ ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ହୋମିଓପାଥିକ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଡକାଇ ଏକ ବୈଠକ କରାଯିବ। ନିୟମିତ ଭାବେ ରୋଗୀମାନଙ୍କୁ ଚିକିତ୍ସା କରିବାକୁ ନିର୍ଦେଶ ଦିଆଯିବ। ଜିଲାରେ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ ହୋଇଥିବା ବେଳେ ଅବହେଳା ପ୍ରଦର୍ଶନ କରୁଥିବା ଡାକ୍ତର କିମ୍ବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories