www.samajalive.in
Saturday, December 13, 2025
21.1 C
Bhubaneswar

ଫ୍ରାନ୍‌ସ ଫୁଟବଲର୍‌ ମାଟୁଡିଙ୍କୁ କରୋନା

ପ୍ୟାରିସ୍‌  : ବିଶ୍ବବିଜୟୀ ଫ୍ରାନ୍‌ସ ଫୁଟବଲ ଦଳର ଅନ୍ୟତମ ଖେଳାଳି ବ୍ଲାସି ମାଟୁଡି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୩୨ ବର୍ଷୀୟ ମାଟୁଡି ୨୦୧୮ ବିଶ୍ବକପ୍‌ ବିଜୟୀ ଫ୍ରାନ୍‌ସ ଦଳର ସଦସ୍ୟ ଥିଲେ। ସେ ବର୍ତ୍ତମାନ ଜୁଭେଣ୍ଟ୍‌ସ ତରଫରୁ କ୍ଲବ ଫୁଟବଲ ଖେଳୁଥିବା ବେଳେ ତାଙ୍କୁ ଥଣ୍ଡା ଜ୍ବର ଲାଗି ରହିଥିଲା। ସ୍ବାବ୍‌ ପରୀକ୍ଷା ପରେ ମାଟୁଡି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ପରେ ତାଙ୍କୁ କ୍ବାରେଣ୍ଟାଇନ୍‌ (ସଙ୍ଗରୋଧ)କୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ସୂଚନାଥାଉକି ଏହି ଦଳର ମିଡ୍‌ଫିଲଡର୍‌ ଡାନିଲେ ରୁଗାନି କରୋନା ସଂକ୍ରମିତ ହୋଇଥିବା ପ୍ରଥମେ ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଦଳର ସମସ୍ତ ଖେଳାଳିଙ୍କୁ କ୍ବାରେଣ୍ଟାଇନ୍‌କୁ ପଠାଇ ଦିଆଯାଇଛି।
ସେହିପରି ହେଲାସ୍‌ ଭେରୋନା ଫୁଟବଲ ଦଳର ଖେଳାଳି ଜାକାଗନି କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ୨୪ ବର୍ଷୀୟ ଜାକାଗନି ବର୍ତ୍ତମାନ କ୍ବାରେଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଇଟାଲିଆନ୍ ଫୁଟବଲ୍‌ ଲିଗ୍‌ରେ ଖେଳୁଥିବା ୧୩ଜଣ ଫୁଟବଲର୍‌ କରୋନା ଭାଇରସ୍‌ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ସାମ୍ପୋଡୋରିଆ କ୍ଲବର ୭ ଓ ଫ୍ଲୋରେଣ୍ଟିନାର ୩ଜଣ ଖେଳାଳି ରହିଛନ୍ତି।
ସୂଚନାଥାଉକି କରୋନା ଭାଇରସ୍‌ ସଂକ୍ରମଣଜନିତ ପରିସ୍ଥିତିକୁ ନେଇ ବିଭିନ୍ନ ଫୁଟବଲ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ୟୁରୋ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟକୁ ଏକବର୍ଷ ସ୍ଥଗିତ ରଖାଯାଇଥିବା ବେଳେ କେତେକ ଖ୍ୟାତନାମା ଫୁଟବଲ୍ ଲିଗ୍‌କୁ ମଧ୍ୟ ଆୟୋଜକ ସ୍ଥଗିତ ରଖିଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories