www.samajalive.in
Saturday, December 13, 2025
26.1 C
Bhubaneswar

ସିବିଏସଇ ୧୦ମ, ୧୨ଶ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ/ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରିଚାଳିତ ୧୦ମ ଓ ୧୨ଶ ପରୀକ୍ଷାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ମାର୍ଚ୍ଚ ୩୧ ପରେ ପରିସ୍ଥିତିକୁ ଦେଖି ପରୀକ୍ଷା କାର୍ଯ୍ୟସୂଚୀ ପୁନର୍ବାର ଧାର୍ଯ୍ୟ କରାଯିବ ବୋଲି ବୋର୍ଡ ସମ୍ପାଦକ ଅନୁରାଗ ତ୍ରିପାଠୀ କହିଛନ୍ତି। ପରୀକ୍ଷା ସହିତ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ ମଧ୍ୟ ସ୍ଥଗିତ ରଖାଯାଇଥିବା ସମ୍ପାଦକ କହିଛନ୍ତି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନିର୍ଦେଶକ୍ରମେ ସିବିଏସଇ ଏହାର ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛି। କରୋନା ସଂକ୍ରମଣ ପାଇଁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସିବିଏସଇ ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନକୁ ପରୀକ୍ଷା ବନ୍ଦ ଲାଗି ନିର୍ଦେଶ ଦେଇଥିଲା। ଦେଶ ବାହାରେ ସିବିଏସଇ ପରିଚାଳିତ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି। ଆଇଆଇଟି ଜେଇଇ, ନ୍ୟାସନାଲ ଓପନ ଇନିଷ୍ଟିଚ୍ୟୁଟ ଅଫ ଓପନ ଷ୍ଟଡିଜ୍ (ଏନଆଇଓଏସ୍‌) ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories