www.samajalive.in
Saturday, December 6, 2025
19.1 C
Bhubaneswar

କରୋନାକୁ ’ଚାଇନିଜ୍ ଭାଇରସ୍’ କହିଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ : ଗୋଟିଏ ପଟେ ସମଗ୍ର ବିଶ୍ୱ କରୋନା ଭୂତାଣୁକୁ ନେଇ ଆତଙ୍କିତ ହୋଇପଡ଼ିଥିବା ବେଳେ ଏହାକୁ ନେଇ ଚୀନ ଓ ଆମେରିକା ପରସ୍ପରକୁ ଦୋଷାରୋପ କରୁଥିବା ଦେଖାଯାଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ଭୂତାଣୁ(ଭାଇରସ୍)କୁ ’ଚାଇନିଜ୍ ଭାଇରସ୍’ ବୋଲି କହିଛନ୍ତି। କରୋନା କେଉଁଠାରେ ବିସ୍ତାର କଲା ଏବଂ ଏଥିପାଇଁ କିଏ ଦାୟୀ? ଏହି ଆରୋପ ପ୍ରତ୍ୟାରୋପ ଭିତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏଥିପାଇଁ ଚୀନକୁ ଦାୟୀ କରିଛନ୍ତି। ଯାହାକୁ ଚୀନ୍ ତୀବ୍ର ବିରୋଧ କରିଛି।
ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି ଯେ, ’କୋଭିଡ୍ -୧୯’ ହେଉଛି ’ଚାଇନିଜ୍ ଭାଇରସ୍’ । ଚୀନ୍‌ର ବିରୋଧ ସତ୍ତ୍ବେ ଟ୍ରମ୍ପ ଏହାକୁ ଚାଇନାର ଭୂତାଣୁ ବୋଲି କହୁଛନ୍ତି। ଯାହାକୁ ନେଇ ଚୀନର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି। ଆମେରିକା ଚୀନକୁ ଅଙ୍ଗୁଳି ଦେଖାଇବା ପୂର୍ବରୁ ନିଜ କାମ ଉପରେ ଧ୍ୟାନ ଦେଉ ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି।
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିନ୍ ଆମେରିକାର ସୈନ୍ୟବାହିନୀକୁ କରୋନା ପାଇଁ ଦାୟୀ କରିଛନ୍ତି। ସେ ଏହାକୁ ଏକ ଷଡଯନ୍ତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମେରିକାର ସେନା ଚୀନକୁ ଏହି ଭୂତାଣୁ ଆଣିଥିଲା। ଯାହାକୁ ନେଇ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଚୀନ୍ ମିଥ୍ୟା ତଥ୍ୟ ପ୍ରକାଶ କରୁଛି ବୋଲି କହିଛନ୍ତି।
ଉଲ୍ଲେଖ ଯୋଗ୍ୟ, କରୋନା ଭୂତାଣୁ(ଭାଇରସ୍) ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିଲା।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories