www.samajalive.in
Saturday, December 6, 2025
19.1 C
Bhubaneswar

ଷ୍ଟେଜ-୨’ରେ କରୋନା – ନେଲାଣି ୭୧୦୦ ଜୀବନ

ନୂଆଦିଲ୍ଲୀ: ବିଶ୍ବରେ କରୋନା ଭୂତାଣୁ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ୭୧୦୦ ଅତିକ୍ରମ କରିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୨ହଜାର ହୋଇଛି। ଏଥିରୁ ଚୀନରେ ସର୍ବାଧିକ ୮୦ ହଜାର ୮୦୦ ସଂକ୍ରମିତ ହୋଇଥିବାବେଳେ ଇଟାଲୀରେ ୨୭, ୯୦୦ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ଏହା ୧୧୪ ରହିଥିବାବେଳେ ମଙ୍ଗଳବାର ଏହି ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ଏଥିରେ ୨୨ ଜଣ ବିଦେଶୀ ନାଗରିକ ରହିଛନ୍ତି। ତେବେ ମଙ୍ଗଳବାର ପୁଣି ଜଣେ କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଫଳରେ ଭାରତରେ ମୋଟ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ମୃତକ ଜଣକ ମହାରାଷ୍ଟ୍ରର ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତି ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ କର୍ଣ୍ଣାଟକ ଓ ଦିଲ୍ଲୀରେ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଥିଲେ। ଭାରତରେ କରୋନା ସଂକ୍ରମଣ ଏବେ ଦ୍ବିତୀୟ ପର୍ୟ୍ୟାୟ (ଷ୍ଟେଜ-୨)ରେ ରହିଛି। ଏହା ଯେପରି ଷ୍ଟେଜ-୩କୁ ନ ଯିବ ସେଥିପାଇଁ କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କ ତରଫରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି। ଦେଶବ୍ୟାପୀ ୭୬ଟି ଟ୍ରେନ୍‌କୁ ବାତିଲ କରାଯାଇଥିବାବେଳେ ୨୫୦ଟି ରେଳ ଷ୍ଟେସନ୍‌ରେ ଅଯଥା ଜନଗହଳିକୁ କମାଇବା ଲାଗି ପ୍ଲାଟ୍‌ଫର୍ମ ଟିକଟକୁ ୧୦ ଟଙ୍କାରୁ ୫୦ ଟଙ୍କାକୁ ବଢାଇ ଦିଆଯାଇଛି।

କରୋନା ସଂକ୍ରମଣ ଏବେ ୟୁରୋପ ମହାଦେଶରେ ଦ୍ରୁତବେଗରେ ବ୍ୟାପିବାରେ ଲାଗିଛି। ଇଟାଲୀ, ସ୍ପେନ, ବ୍ରିଟେନରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି। ଇରାନର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇ ଭାରତୀୟ ଦୂତାବାସରେ ଥିବା ୨୫୦ ଭାରତୀୟ ନାଗରିକ କରୋନା ଭୂତାଣୁ ସଂକ୍ରମିତ କି ନୁହେଁ ତାହା ସ୍ପଷ୍ଟ ହୋଇନି। ତେବେ ସେମାନେ ସମସ୍ତେ ସୁସ୍ଥ ଥିବା ତେହେରାନ୍‌ରେ ଥିବା ଭାରତୀୟ ଦୂତାବାସ ଅଧିକାରୀ ସୂଚନା ଦେଇଛନ୍ତି। ଭାରତରେ ଥିବା ବିଦେଶୀ ନାଗରିକଙ୍କ ଭିସା, ଯାତାୟାତ ସଂକ୍ରାନ୍ତ ଦୂତାବାସ ସ୍ତରୀୟ ସହଯୋଗ ଓ ଅନ୍ୟାନ୍ୟ ସହାୟତା ଲାଗି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ୍‌ ବ୍ୟବସ୍ଥା କରାଯାଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories