www.samajalive.in
Wednesday, December 10, 2025
14.1 C
Bhubaneswar

ଏପ୍ରିଲ ୧୫ ଯାଏ ଭୁବନେଶ୍ବର-ମାଲେସିଆ ଏୟାର ଏସିଆ ଉଡ଼ାଣ ବାତିଲ

ଭୁବନେଶ୍ବର: କରୋନା ଏବେ ସମଗ୍ର ବିଶ୍ବକୁ ଆତଙ୍କିତ କରିଥିବା ବେଳେ ବିମାନ ଯାତ୍ରା ଉପରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ଭୁବନେଶ୍ବରରୁ କୁଆଲାଲୁମ୍ପୁରକୁ ଚଳାଚଳ କରୁଥିବା ଏକମାତ୍ର ଅନ୍ତର୍ଜାତୀୟ ବିମାନ ଏୟାର ଏସିଆ ଆସନ୍ତା କାଲି ଠାରୁ ଏପ୍ରିଲ ୧୫ ତାରିଖ ପର୍ୟ୍ୟନ୍ତ ବାତିଲ କରିଥିବା ଜଣାପଡ଼ିଛି। ସେହିପରି ଭୁବନେଶ୍ବରରୁ ଭାୟା କଲକାତା ଦେଇ ଚଳାଚଳ କରୁଥିବା ଇଣ୍ଡିଗୋ ମଧ୍ୟ ଦୁଇଦିନ ପୂର୍ବେ ନିଜ ବିମାନକୁ ବାତିଲ କରିଥିଲା।

କରୋନା ଭୂତାଣୁ କାୟା ବିସ୍ତାର କରିବା ପରେ ଦେଶ ବିଦେଶକୁ ଯିବା ପାଇଁ ଆଗୁଆ ବୁକିଂ କରିଥିବା ଯାତ୍ରୀ ନିଜ ଟିକଟ ବାତିଲ କରିବା ଆରମ୍ଭ କରିଛନ୍ତି। ଜରୁରୀ ନଥିଲେ ବିଦେଶ ଯାତ୍ରା ଉପରେ ଅଙ୍କୁଶ ଜାରି କରାଯାଇଛି। ଭୁବନେଶ୍ବରରୁ ଏବେ ଏକମାତ୍ର ଅନ୍ତର୍ଜାତୀୟ ବିମାନ ଭାବେ ମାଲେସିଆକୁ ଏୟାର ଏସିଆ ବିମାନ ଚାଲୁଛି। ତେବେ କରୋନା ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ମାଲେସିଆ ରହିଛି। ଅଧିକାଂଶ ଲୋକ ବୁଲିବା ପାଇଁ କୁଆଲାଲୁମ୍ପୁର ଯାଉଥିବାରୁ ଏଭଳି ସ୍ଥିତିରେ ସେଠାକୁ ଯିବା ସୁରକ୍ଷିତ ମଣୁ ନାହାନ୍ତି। ଏପରିସ୍ଥଳେ ଏହି ରୁଟ୍‌ରେ ଯାତ୍ରୀଙ୍କ ସଂଖ୍ୟା କ୍ରମଶଃ କମିବାରେ ଲାଗିଛି। ସ୍ଥିତିକୁ ଦେଖି ବୁଧବାର ଠାରୁ ଏପ୍ରିଲ ୧୫ ତାରିଖ ଯାଏ ଏୟାର ଏସିଆ କୁଆଲାଲୁମ୍ପୁର ବିମାନକୁ ବାତିଲ କରିଥିବା ଜଣାପଡ଼ିଛି। ହସ୍ତଗତ ସୂଚନା ଅନୁସାରେ ଫେବୃଆରୀ ମାସ ପର୍ୟ୍ୟନ୍ତ ଭୁବନେଶ୍ବର-କୁଆଲାଲୁମ୍ପୁର ମଧ୍ୟରେ ଉଡ଼ାଣ କରୁଥିବା ୧୬୮ ସିଟ୍ ବିଶିଷ୍ଟ ଏୟାର ଏସିଆ ବିମାନରେ ହାରାହାରି ୧୧୦ରୁ ୧୨୦ ଯାତ୍ରୀ ଯାଉଥିଲେ। ତେବେ ମାର୍ଚ୍ଚ ୨ ତାରିଖରୁ ଯାତ୍ରୀ ସଂଖ୍ୟାରେ ଯଥେଷ୍ଟ ଅବନତି ଦେଖା ଯାଇଥିଲା। ମାର୍ଚ୍ଚ ୨ରୁ ୧୨ ତାରିଖ ମଧ୍ୟରେ ଏହି ବିମାନରେ ସର୍ବନିମ୍ନ ଯାତ୍ରୀ ସଂଖ୍ୟା ୩୬ରୁ ୭୬ ମଧ୍ୟରେ ରହିଥିଲା। ଅଧାରୁ ଅଧିକ ସିଟ୍ ଖାଲି ପଡ଼ୁଥିଲା। କ୍ରମାଗତ ଭାବେ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଓଡ଼ିଶାରୁ ଉଡ଼ାଣ କରୁଥିବା ଏକମାତ୍ର ଅନ୍ତର୍ଜାତୀୟ ବିମାନକୁ ବାତିଲ କରିଛି କମ୍ପାନୀ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories