www.samajalive.in
Sunday, December 14, 2025
26.1 C
Bhubaneswar

ନିର୍ଭୟା ଦୋଷୀ ମୁକେଶର ଦାବି- ଘଟଣା ଦିନ ରାଜସ୍ଥାନରେ ଥିଲି; ପିଟିଶନ ଖାରଜ କଲେ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ଫାଶୀରୁ ବର୍ତ୍ତିବା ଲାଗି ଗୋଟିଏ ପରେ ଗୋଟିଏ କୌଶଳ ଆପଣାଉଛନ୍ତି। ଗୋଟିଏପଟେ ଦୋଷୀମାନେ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିବା ଲାଗି ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟ(ଆଇସିଜେ)ଙ୍କ ଦ୍ବାରସ୍ଥ ହୋଇଥିବାବେଳେ ଅନ୍ୟପଟେ ଦୋଷୀ ମୁକେଶ ଦିଲ୍ଲୀ ହାଇକୋର୍ଟରେ ପିଟିଶନ ଦାୟର କରି ଘଟଣା ଦିନ ରାଜସ୍ଥାନରେ ଥିବା ଦାବି କରିଛି। କିନ୍ତୁ କୋର୍ଟ ତା’ର ପିଟିଶନକୁ ଖାରଜ କରିଦେଇଛନ୍ତି।

ସୂଚନା ମୁତାବକ, ମୁକେଶ ମଙ୍ଗଳବାର ନିଜ ଓକିଲ ଏମ. ଏଲ. ଶର୍ମାଙ୍କ ଜରିଆରେ ହାଇକୋର୍ଟରେ ପିଟିଶନ ଦାଖଲ କରିଥିଲା। ଏଥିରେ ସେ ଦାବି କରିଥିଲା ଯେ, ୨୦୧୨ ଡିସେମ୍ବର ୧୭ ତାରିଖ ଦିନ ସେ ରାଜସ୍ଥାନରୁ ଗିରଫ ହୋଇଥିଲା। ସେ ଘଟଣା ସମୟରେ ଘଟଣାସ୍ଥଳରେ ଉପସ୍ଥିତ ନ ଥିଲା। ତେଣୁ ସେ ଏହି ମାମଲା ଦୋଷୀ ନୁହେଁ ବୋଲି ଦର୍ଶାଇଥିଲା। ତେବେ ହାଇକୋର୍ଟ ଏହି ଦଲିଲକୁ ଖାରଜ କରିଦେଇଥିଲେ। ମୁକେଶ ପିଟିଶନରେ ଆହୁରି ଅଭିଯୋଗ କରିଥିଲା ଯେ, ତିହାର ଜେଲରେ ତା’କୁ ଶୋଷଣ କରାଯାଇଛି। ଜେଲରେ ତା’କୁ ମାରପିଟ୍‌ କରାଯାଇଛି।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories