www.samajalive.in
Sunday, December 14, 2025
16.1 C
Bhubaneswar

ଶାହରୁଖ୍‍ଙ୍କ ଗୀତକୁ ନେଇ ତିଆରି ହେଲା ‘କରୋନା ସଙ୍ଗ୍‍’: ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍

ମୁମ୍ବଇ: ସମ୍ପୂର୍ଣ୍ଣ ମନୋରଞ୍ଜନ ଜଗତରେ ‘କରୋନା’ର ପ୍ରଭାବ ପରିଷ୍କାର ଭାବେ ଦେଖିବାକୁ ମିଳିଛି। ହେଲେ ଏପରି କିଛି କଳାକାର ଅଛନ୍ତି, ଯେଉଁମାନେ ଏଭଳି ପରିସ୍ଥିତିରେ ମଧ୍ୟ ନା କେବଳ ଲୋକଙ୍କ ମନୋରଞ୍ଜନ କରୁଛନ୍ତି ବରଂ କରୋନା ବାହାନାରେ ଲୋକଙ୍କୁ କିଛି ସକରାତ୍ମକ ସନ୍ଦେଶ ଦେବାକୁ ଚେଷ୍ଟା କରୁଛନ୍ତି। ଆମେ କହୁଛୁ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହେଉଥିବା ଏକ କରୋନା ସଙ୍ଗ୍‍ ବିଷୟରେ।

ଏହି ଗୀତକୁ ତେଜସ ଗମ୍ଭୀର ନାମକ ଯୁବକ ଗାଇଛନ୍ତି। ୨୦୦୩ ମସିହାରେ ରିଲିଜ୍‍ ହୋଇଥିବା ଶାହରୁଖ୍‍ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଚଲ୍‍ତେ ଚଲ୍‍ତେ’ର ଗୀତ ‘ସୁନୋ ନା ସୁନୋ ନା ସୁନ୍‍ ଲୋ ନା’ ସ୍ୱରରେ ତେଜସ୍‍ ନିଜେ ଲେଖିଥିବା ଏକ ଗୀତ ଗାଇଛନ୍ତି। ଏହି ଗୀତକୁ ସେ କରୋନା ଓ ଆଜିକାଲିର ପରିବେଶ ସହ ଯୋଡ଼ିଛନ୍ତି। ତେଜସ୍‍ ସାମାଜିକ ଗଣମାଧ୍ୟମରେ ଗୀତକୁ ପୋଷ୍ଟ କରିବା ପରେ କିଛି ସମୟରେ ମଧ୍ୟରେ ଏହା ଭାଇରାଲ୍‍ ହେବା ଆରମ୍ଭ ହୋଇଗଲା।
https://www.facebook.com/tjgambhir57/videos/505145627057723/
ଏହି ଗୀତରେ କରୋନା ଦ୍ୱାରା ଲୋକଙ୍କ ଜୀବନ ଉପରେ ପଡ଼ୁଥିବା ପ୍ରଭାବ ବିଷୟରେ ସେ କହିଛନ୍ତି। ଏହା ସହ ଗୀତର ଶେଷରେ ଏକ ଭଲ ସନ୍ଦେଶ ମଧ୍ୟ ଦେଇଛନ୍ତି। ଗୀତ ପୋଷ୍ଟ କରି ତେଜସ୍‍ ଲେଖିଛନ୍ତି, ‘ବର୍ତ୍ତମାନର ସ୍ଥିତକୁ ନେଇ କିଛି ପଂକ୍ତି ଲେଖିଛି। ଏହା ସମ୍ପୂର୍ଣ୍ଣ ଭାବେ ମନୋରଞ୍ଜନ ଉଦ୍ଦେଶ୍ୟରେ କରାଯାଇଛି। ଅଯଥା ଭୟ କିଛି ସାହାଯ୍ୟ କରିବ ନାହିଁ। ଆରାମ କରନ୍ତୁ। ଜାତି ଓ ଧର୍ମ ବିଷୟରେ ଚିନ୍ତା ନ କରି ଏହି ଜଟିଳ ପରିସ୍ଥିତିରେ ପରସ୍ପରକୁ ସାହାଯ୍ୟ କରନ୍ତୁ। ସୁରକ୍ଷିତ ରୁହନ୍ତ, ଭଗବାନ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ’।

- Advertisement -

ଏହା ବ୍ୟତୀତ ତେଜସ୍‍ ନିଜ ପୋଷ୍ଟରେ ପରିଷ୍କାର ଲେଖିଛନ୍ତି, ମୋର କପିରାଇଟ୍‍ ଉଲ୍ଲଂଘନର କୌଣସି ଉଦ୍ଦେଶ୍ୟ ନାହିଁ। ସେ ଏହାର ମୂଳ ଗୀତ, ତା’ର ଗାୟକ ଓ ନିର୍ମାଣକାରୀ ସଂସ୍ଥାର ନାଁ ମଧ୍ୟ ଉଲ୍ଲେଖ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories