www.samajalive.in
Saturday, December 6, 2025
14.1 C
Bhubaneswar

ଯାଜପୁରରେ କରୋନା ସମୀକ୍ଷା ବୈଠକ, ସତର୍କ ରହିବାକୁ ଜିଲାପାଳଙ୍କ ପରାମର୍ଶ

ଯାଜପୁର : ଯାଜପୁର ଜିଲାରେ କରୋନା ସ୍ଥିତିର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏହି ଅବସରରେ ମଙ୍ଗଳବାର ଜିଲାପାଳ ରଂଜନ କୁମାର ଦାସ ସଦର ମହକୁମା ଡାକ୍ତରଖାନା ପରିଦର୍ଶନ କରିଥିଲେ। ଜିଲାପାଳଙ୍କ ସହିତ ଅତିରିକ୍ତ ଜିଲାପାଳ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଓ ଉପଜିଲାପାଳ ପ୍ରମୁଖ ଗସ୍ତ କରି ଡାକ୍ତରଖାନାର ବିଭିନ୍ନ ୱାର୍ଡ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିଥିଲେ। କରୋନା ପାଇଁ ପ୍ରସ୍ତୁତ ହୋଇଥିବା ଆଇସୋଲେସନ ୱାର୍ଡକୁ ମଧ୍ୟ ବୁଲି ଦେଖିଥିଲେ। ଆଉଟଡୋରରେ ରୋଗୀ ମାନେ ପରସ୍ପର ଠାରୁ ଦୂରତା ବଜାୟ ରଖିବାକୁ ସେ ପରାମର୍ଶ ଦେଇଥିଲେ। ସାରା ଜିଲାରେ ୧୪୪ ଧାରା ଲାଗୁ ହୋଇଥିବାରୁ କୌଣସି ସ୍ଥାନରେ ଗହଳି ସୃଷ୍ଟି ନ କରିବାକୁ ସେ କହିଛନ୍ତି। ଆସନ୍ତା ୨୧ ତାରିଖରୁ ହେବାକୁ ଥିବା ବାରୁଣୀ ବୁଡକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଜିଲାର ବିଭିନ୍ନ ଗହଳି ପୂର୍ଣ୍ଣ ସ୍ଥାନ ଯଥା ବସଷ୍ଟାଣ୍ଡ ଓ ରେଲୱେ ଷ୍ଟେସନ ଅଞ୍ଚଳରେ ଲୋକଙ୍କୁ ଅଧିକ ସଚେତନ କରିବାକୁ ସେ ନିର୍ଦେଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories