www.samajalive.in
Saturday, December 6, 2025
23.1 C
Bhubaneswar

ନିର୍ଭୟା ଦୋଷୀଙ୍କ ନୂଆ ଚାଲ୍‍: ଫାଶୀ ରୋକିବାକୁ ଆଇସିଜେଙ୍କ ଶରଣରେ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀ ଫାଶୀରୁ ବର୍ତ୍ତିବାକୁ ଏବେ ଆନ୍ତର୍ଜାତିକ ନ୍ୟାୟାଳୟ(ଆଇସିଜେ)ଙ୍କ ଶରଣ ପଶିଛନ୍ତି। ଦୋଷୀଙ୍କ ଓକିଲ ଏ.ପି. ସିଂହ ଆନ୍ତର୍ଜାତିକ ନ୍ୟାୟାଳୟକୁ ଏକ ପତ୍ର ଲେଖିଛନ୍ତି। ୨୦ ମାର୍ଚ୍ଚରେ ହେବାକୁ ଥିବା ଫାଶୀ ଉପରେ ରୋକ୍‍ ଲଗାଇବାକୁ ପତ୍ରରେ ଉଲ୍ଲେଖ କରାଯାଇଛି। ଏହା ସହିତ ଉଲ୍ଲେଖ ରହିଛି, ନିମ୍ନ ଅତାଲତରୁ ସମସ୍ତ ଦସ୍ତାବିଜ୍‍ ନ୍ୟାୟାଳୟ ନିଜ ପାଖକୁ ମଗାନ୍ତୁ, ଯଦ୍ୱାରା ଆନ୍ତର୍ଜାତିକ ନ୍ୟାୟାଳୟରେ ସେ ତାଙ୍କ ପକ୍ଷ ରଖିପାରିବେ। ଏହି ପତ୍ରକୁ ନେଦରଲାଣ୍ଡ ଦୂତାବାସକୁ ଦିଆଯାଇଛି, ଯାହା ଆଇସିଜେଙ୍କ ନିକଟକୁ ପଠାଯାଇଛି।

ଏହା ପୂର୍ବରୁ ଦୋଷୀ ମୁକେଶ ସିଂହକୁ ସୁପ୍ରିମକୋର୍ଟରୁ ଝଟ୍‍କା ଲାଗିଛି। ଫାଶୀ ରୋକିବାର ତା’ର ଆଉ ଏକ ଚେଷ୍ଟା ବିଫଳ ହୋଇଛି। ସୁପ୍ରିମକୋର୍ଟ ତା’ର ଆବେଦନ ଖାରଜ କରି ଦେଇଛନ୍ତି। ଆବେଦନରେ ମୁକେଶ ନିଜ ପ୍ରଥମ ଓକିଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories