ପିପିଲି :ଓଡିଶାରେ ପ୍ରସିଦ୍ଧି ଲାଭ କରିଥିବା ପୁରୀ ଜିଲା ହରିରାଜପୁରର ପଞ୍ଚୁଦୋଳ ମେଳଣକୁ କରୋନା ପ୍ରଭାବରୁ ଅଧାରୁ ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି ପୁରୀ ଜିଲା ପ୍ରଶାସନ। ପ୍ରଶାସନ ପକ୍ଷରୁ ହରିରାଜପୁରରେ ୧୪୪ ଧାରା ଜାରି କରାଯାଇଥିବା ବେଳେ ମେଳାରେ ପଡିଥିବା ସମସ୍ତ ଦୋକାନକୁ ବନ୍ଦ କରିଦିଆଯାଇଛି।ରାଜଧାନୀ ଭୁବନେଶ୍ବରରୁ ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ସତର୍କତା ମୁଳକଭାବେ ଏହି ପ୍ରସିଦ୍ଧ ହରିରାଜପୁରର ପଞ୍ଚୁଦୋଳ ମେଳଣକୁ ବନ୍ଦ କରଦେଇଛନ୍ତି। ଏହି ମେଳଣରେ ଲକ୍ଷାଧିକ ଲୋକଙ୍କୁ ଭିଡ ହେଉଥିବାରୁ ପ୍ରଶାସନ ସୁରକ୍ଷା ଦୃଷ୍ଟିରୁ ୧୪୪ ଧାରା ଜାରି କରିଛନ୍ତି।
Popular Categories



