www.samajalive.in
Friday, December 12, 2025
16.1 C
Bhubaneswar

ଆସନ୍ତାକାଲି ଶକ୍ତି ପରୀକ୍ଷା ଦେବେ କମଳନାଥ ସରକାର

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭାରେ ସୋମବାର ଅର୍ଥାତ ଆସନ୍ତାକାଲି କମଳନାଥ ସରକାର ଶକ୍ତି ପରୀକ୍ଷା ଦେବେ। ରାଜ୍ୟପାଳ ଲାଲଜୀ ଟଣ୍ଡନ ମୁଖ୍ୟମନ୍ତ୍ରୀ କମଳନାଥଙ୍କୁ ଆସ୍ଥା ଭୋଟ ଲୋଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ବିଳମ୍ବିତ ରାତ୍ରିରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ରାଜ୍ୟପାଳ ଶ୍ରୀ ଟଣ୍ଡନ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ପରେ ପରେ ଆସ୍ଥାଭୋଟ୍‍ ଲୋଡ଼ିବା ପାଇଁ କମଳନାଥଙ୍କୁ କହିଛନ୍ତି। ସୋମବାର ରାଜ୍ୟପାଳଙ୍କ ଅଭିଭାଷଣ ସହ ପୂର୍ବାହ୍ନ ୧୧ଟାରେ ମଧ୍ୟପ୍ରଦେଶ ବିଧାନସଭାର ବଜେଟ୍‍ ଅଧିବେଶନ ଆରମ୍ଭ ହେବ।

- Advertisement -

ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ଆସ୍ଥାଭୋଟ ପ୍ରମାଣ କରିବା ପାଇଁ ଅନୁରୋଧ କରିବା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ନେତା ଗୋପାଳ ଭାର୍ଗବ, ଶିବରାଜ ସିଂହ ଚୌହାନ, ନରୋତ୍ତମ ମିଶ୍ର ଏବଂ ଭୂପେନ୍ଦ୍ର ସିଂହ ଏହି ପ୍ରତିନିଧି ମଣ୍ଡଳୀରେ ସାମିଲ ହୋଇଥିଲେ। ଶ୍ରୀ ଚୌହାନ ସାମ୍ବାଦିକମାନଙ୍କୁ କହିଛନ୍ତି କମଳନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇଛନ୍ତି ଏବଂ ସରକାର ଚଳାଇବା ପାଇଁ ତାଙ୍କର କୌଣସି ସାମ୍ବିଧାନିକ ଅଧିକାର ନାହିଁ। ଇତିମଧ୍ୟରେ ଶାସକ କଂଗ୍ରେସ ନିଜର ବିଧାୟକମାନଙ୍କୁ ଗୃହରେ ଉପସ୍ଥିତ ରହି ସରକାରଙ୍କ ସପକ୍ଷରେ ଭୋଟ ଦେବାକୁ ହ୍ୱିପ୍‍ ଜାରି
କରିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories