www.samajalive.in
Saturday, December 6, 2025
19.1 C
Bhubaneswar

ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୯୩କୁ ବୃଦ୍ଧି

ନୂଆଦିଲ୍ଲୀ: ଚୀନ୍‌ର ଉହାନରୁ ଆରମ୍ଭ ହୋଇଥିବା କରୋନା ଭୂତାଣୁ ଜନିତ ରୋଗ ‘ନଭେଲ କରୋନା’ ବା କୋଭିଡ୍-୧୯ ବର୍ତ୍ତମାନ ୧୨୩ ଟି ଦେଶକୁ ବ୍ୟାପି ସାରିଛି। ଏହି ସଂକ୍ରମଣରେ ବିଶ୍ବରେ ବର୍ତ୍ତମାନ ସୁଦ୍ଧା ୫ ହଜାରରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଭାରତରେ ୩ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୯୩କୁ ବୃଦ୍ଧି ହୋଇଛି। ସେମାନଙ୍କ ମଧ୍ୟରେ ୭୬ ଜଣ ଭାରତୀୟ ଥିବା ବେଳେ ଅନ୍ୟ ୧୭ ଜଣ ବିଦେଶୀ ନାଗରିକ ରହିଛନ୍ତି।

ମିଳିଥିବା ରିପୋର୍ଟ ଅନୁଯାୟୀ, ଭାରତରେ ମୋଟ ୧୩ଟି ରାଜ୍ୟକୁ କରୋନା ଭାଇରସ ବ୍ୟାପିଛି। କିନ୍ତୁ କେରଳରୁ ଅଧିକାଂଶ ମାମଲା ସାମ୍ନାକୁ ଆସିଛି। ସେଠାରେ ୨୨ ଜଣଙ୍କ ଠାରେ କରୋନା  ଲକ୍ଷଣ ଦେଖିବାକୁ ମିଳିଛି। ଏହା ପରେ ମହାରାଷ୍ଟ୍ରରେ ୧୯ ଜଣଙ୍କୁ  ଚିହ୍ନଟ କରାଯାଇଛି। ୟୁପିରେ ୧୨ ଜଣ ଏବଂ ଦିଲ୍ଲୀରେ ୭ ଜଣଙ୍କଠାରେ କରୋନା ଜୀବାଣୁର ଲକ୍ଷଣ ଦେଖିବାକୁ ମିଳିଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories