www.samajalive.in
Thursday, December 11, 2025
18.1 C
Bhubaneswar

କରୋନା ଅପଡେଟ୍ : ସଂକ୍ରମିତଙ୍କ ସଂଖ୍ୟା ୮୪କୁ ବୃଦ୍ଧି, ଖୋଲିଲା ୫୨ଟି ପରୀକ୍ଷାଗାର

ନୂଆଦିଲ୍ଲୀ : ଭାରତରେ ଶନିବାର ସୁଦ୍ଧା ୮୪ ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ସଞ୍ଜୀବ କୁମାର କହିଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲ୍‍ରୁ ସେମାନଙ୍କର ନିଜ ନିଜର ଘରକୁ ଫେରିଯାଇଛନ୍ତି।

ସେ କହିଛନ୍ତି, ୪ ହଜାରରୁ ଅଧିକ ଲୋକଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ସେହି ଲୋକମାନେ ଭୂତାଣୁରେ ସଂକ୍ରମିତ ହୋଇଥିବା ଲୋକମାନଙ୍କ ସଂସ୍ପର୍ଶରେ ଆସିଥିଲେ। ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଆଉ କେଉଁ ଲୋକମାନେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି, ତାହା ଜାଣିବାପାଇଁ ଉଦ୍ୟମ ଜାରି ରହିଛି। କରୋନା ଭୂତାଣୁର ମୁକାବିଲା ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକ ବିଷୟରେ ସେ ସାମ୍ବାଦିକମାନଙ୍କୁ ଜଣାଇଛନ୍ତି। ସେ କହିଛନ୍ତି, ଭାରତରେ ଦୁଇ ଜଣ ବ୍ୟକ୍ତିଙ୍କର କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ମୃତ୍ୟୁ ଘଟିଛି। ସେହି ଦୁଇ ଜଣ ବ୍ୟକ୍ତି ଏକାଧିକ ରୋଗରେ ପୀଡ଼ିତ ଥିଲେ। ଶ୍ରୀ କୁମାର କହିଛନ୍ତି, ମହାନ୍‍ ଏୟାର୍‍ ଲାଇନ୍‍ସ ଇରାନ୍‍ରୁ କିଛି ଭାରତୀୟଙ୍କୁ ଆଜି ରାତିରେ ଆଣି ମୁମ୍ବାଇରେ ପହଞ୍ଚାଇବ। ସେହିଭଳି
ଇଟାଲୀରେ ଅଟକି ରହିଥିବା ଭାରତୀୟ ଛାତ୍ରମାନଙ୍କୁ ଆଣିବାପାଇଁ ଏୟାର୍‍ ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନକୁ ମିଲନ୍‍ ପଠାଯିବ। ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ସଚିବ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣର ପରୀକ୍ଷା ପାଇଁ ଦେଶରେ ପରୀକ୍ଷାଗାର ଗୁଡ଼ିକର ସଂଖ୍ୟା ୫୨କୁ ବୃଦ୍ଧି କରାଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories