www.samajalive.in
Thursday, December 11, 2025
18.1 C
Bhubaneswar

ମୃତ୍ୟୁ ପରେ ବ୍ୟବଚ୍ଛେଦ ପାଇଁ ୬୦ କିଲୋମିଟର ଯାଉଛି ମୃତଦେହ

ବଡସାହି : ଜୀବ ଦଶାରେ ମଣିଷ ନିର୍ୟ୍ୟାତନା ପାଇବା ସମସ୍ତେ ଜାଣିଛନ୍ତି। ମାତ୍ର ଅପମୃତ୍ୟୁ/ଦୁର୍ଘଟଣା ଜନିତ ମୃତ୍ୟୁ ପରେ ଏଠାରେ ମୃତଦେହ ଓ ତା’ର ଆତ୍ମୀୟ ପାଉଛନ୍ତି ନିର୍ୟ୍ୟାତନା। ମୟୂରଭଞ୍ଜ ଜିଲା, ବେତନଟୀ, ବଡ଼ସାହି, ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକରେ ପ୍ରତିଦିନ ଘଟୁଛି ଏପରି ଘଟଣା। କାରଣ ନିୟମ ଅନୁସାରେ କାହାରି ଅପମୃତ୍ୟୁ/ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ପୁଲିସ୍ ମୃତ୍ୟୁର କାରଣ ଜାଣିବା ପାଇଁ ମୃତଦେହ ବ୍ୟବଛେଦ କରାଇଥାଏ। ମାତ୍ର ଉପରୋକ୍ତ ୪ଟି ବ୍ଲକ ପାଇଁ ବେତନଟୀର ଶୁଖିଲାହାର ବନ୍ଧ ନିକଟରେ ଏକ ଶବ ବ୍ୟବଚ୍ଛେଦ ଗୃହ ୧୮ବର୍ଷ ତଳେ ନିର୍ମିତ ହୋଇଥିଲେ ହେଁ କାର୍ଯ୍ୟକ୍ଷମ ହୋଇନଥିବାରୁ ପୂର୍ବବତ ବାରିପଦା ମେଡ଼ିକାଲରେ ତାହା ସମ୍ପନ୍ନ ହେଉଛି।

ବେତନଟୀ, ବୈଶିଙ୍ଗା, ବଡ଼ସାହି, ମୋରଡ଼ା ଓ ରାସଗୋବିନ୍ଦପୁର ଥାନାକୁ ନେଇ ବେତନଟୀ ପୁଲିସ୍ ଉପଖଣ୍ଡ ଥିବାରୁ ବ୍ୟବଚ୍ଛେଦ ଗୃହ ନିର୍ମାଣ ହୋଇଥିଲା। ଏହି ୫ଟି ଥାନା ଅଧୀନରେ ୧ହଜାର ୧୨୬.୩୮ବର୍ଗ କିମି ଅଞ୍ଚଳ ଥିବା ବେଳେ ୯୦ଟି ଗ୍ରାମପଞ୍ଚାୟତର ୭୯୭ ରାଜସ୍ୱ ଗ୍ରାମରେ ୫ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି। ବେତନଟୀ ପୁଲିସ୍ ଉପଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୯ ବର୍ଷରେ ଏହି ଅଞ୍ଚଳରେ ୨୨୨ଜଣ ଅପମୃତ୍ୟୁ/ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ବାଲେଶ୍ୱର ସୀମାନ୍ତବର୍ତ୍ତୀ କେତେକ ଗାଁର ମୃତଦେହ ବାଲେଶ୍ୱରରେ ବ୍ୟବଚ୍ଛେଦ ହୋଇଥିବା ବେଳେ ବାକି ସମସ୍ତ ବ୍ୟବଚ୍ଛେଦ ବାରିପଦାରେ ହୋଇଛି। ସ୍ଥଳ ବିଶେଷରେ ବ୍ୟବଚ୍ଛେଦ ପାଇଁ ଶବକୁ ୫୦/୬୦କିମି ନେବା ଓ କାର୍ଯ୍ୟ ସରିବା ପରେ ପୁଣି ଘରକୁ ଫେରାଇବା ପାଇଁ ମୃତକଙ୍କ ଆତ୍ମୀୟ ଉଭୟ ଆର୍ଥିକ ଓ ମାନସିକ ନିର୍ୟ୍ୟାତନାର ଶିକାର ହେଉଛନ୍ତି। କାରଣ ଏହି ୪ଟି ବ୍ଲକରେ ସରକାରୀ ଶବବାହାନ ଗାଡ଼ି ନଥିବା ବେଳେ ଘରୋଇ ଗାଡ଼ି ଚଢ଼ାଦରରେ ଭଡ଼ା ସୁତ୍ରରେ ମିଳିଥାଏ। ୮୦ପ୍ରତିଶତ ଲୋକ ଆର୍ଥିକ ଅନଗ୍ରସର ବର୍ଗର ହୋଇଥିବା ବେଳେ ବିପଦ ସମୟରେ ଧାରକରଜ କରି ଭଡ଼ା ଅର୍ଥ ଭରଣା କରିଥାନ୍ତି।

- Advertisement -

ସବୁଠାରୁ ଦୁଃଖର ବିଷୟ ଏପରି ମୃତ୍ୟୁ ପରେ ଜଣଙ୍କର ଅନ୍ତିମ ସଂସ୍କାର ପାଇଁ ଅତିକମରେ ୧୨ରୁ ୨୦ଘଣ୍ଟା ବିଳମ୍ବ ଘଟୁଛି। ପରିବାରରର ସଦସ୍ୟଙ୍କ ଅସ୍ୱାଭାବିକ ମୃତ୍ୟୁ ପରେ ଆତ୍ମୀୟଙ୍କ ମାନସିକ ଅବସ୍ଥା ଯାହା ଥାଏ। ତା ସହିତ ବିଳମ୍ବ ନିଜେ ଅଙ୍ଗେ ନିଭାଉଥିବା ବ୍ୟକ୍ତି ହିଁ କହିପାରିବ। ୪ଟି ବ୍ଲକର ମଧ୍ୟସ୍ଥଳ ବେତନଟୀ ହୋଇଥିବାରୁ ଶବବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ହେବା ନିହାତି ଜରୁରୀ। ୪ଟି ବ୍ଲକକୁ ନେଇ ଗଠିତ ବିକାଶ ମଞ୍ଚ ପକ୍ଷରୁ ନବବର୍ଷରେ ଏନେଇ ତତ୍ପରତା ପ୍ରକାଶ ପାଇଛି। ୫ଟି ଥାନାଅଧିକାରୀ ଓ ବେତନଟୀ ପୁଲିସ୍ ଏସଡ଼ିପିଓଙ୍କ ଜରିଆରେ ଜିଲା ଆରକ୍ଷୀ ଅଧୀକ୍ଷଙ୍କ ଉଦେଶ୍ୟରେ ପୃଥକ ଦାବିପତ୍ର ପ୍ରଦାନ ସାଙ୍ଗକୁ ଏକ ପ୍ରତିନଧି ଦଳ ଏସପି ଓ ସିଡ଼ିଏମଓଙ୍କ ଭେଟି ଶବବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ପାଇଁ ଅନୁରୋଧ କରିଛନ୍ତି। ସେହିପରି ମାର୍ଚ୍ଚ ୮ତାରିଖରେ ମଞ୍ଚ ପକ୍ଷରୁ ଅନୁଷ୍ଠିତ ରାଲିରେ ମଧ୍ୟ ଏହି ଦାବି ପ୍ରମୁଖ ପ୍ରସଙ୍ଗ ଭାବେ ସ୍ଥାନ ପାଇଥିଲା ଓ ରାଲିକୁ ଅଦ୍ଭୁଦପୂର୍ବ ସଫଳତା ମିଳିଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories