www.samajalive.in
Saturday, December 6, 2025
26.1 C
Bhubaneswar

ସଫଳତାର ସୂତ୍ର ଚାଣକ୍ୟଙ୍କ ଏହି ୪ ନୀତି

ସଫଳତାର ସହ ଜୀବନଯାପନ କରିବା ପାଇଁ ଚାଣକ୍ୟ ନୀତିରେ ଅନେକ ଉପାୟ ରହିଛି। କିନ୍ତୁ ସେଥିମଧ୍ୟରୁ ଏହି ୪ଟି ଉପାୟ, ଯାହା ଜୀବନରେ ସୁଖ-ସମୃଦ୍ଧି ଆଣିଦେବ। ଏହା ସହ ଜୀବନରେ କେବେ ଅସଫଳ ହେବେ ନାହିଁ।

ଆର୍ଥିକ ସ୍ଥିତି: ଚାଣକ୍ୟ ନୀତି ଅନୁଯାୟୀ ଜୀବନରେ କଦାପି ନିଜର ଆର୍ଥିକ ସ୍ଥିତି ବିଷୟରେ କାହାକୁ କହିବା ଉଚିତ୍ ନୁହେଁ। ଜୀବନରେ ଯେତେ ଅସୁବିଧା ଆସୁ ନା କାହିଁକି ଆତ୍ମବିଶ୍ବାସ ହରାନ୍ତୁ ନାହିଁ। ସମସ୍ତଙ୍କୁ ନିଜର ଅସୁବିଧା ବିଷୟରେ କହିବା ଦ୍ବାରା ସମାଧାନର ରାସ୍ତା ବାହାରେ ନାହିଁ, ବରଂ ତୁମର ପରିହାସ କରାଯିବ।

- Advertisement -

ଘର କଥା ଘରେ ରଖ: ଚାଣକ୍ୟ ନୀତି ଅନୁଯାୟୀ, ଯେଉଁମାନେ ନିଜ ଘରର ଛୋଟ ବଡ କଥା ବାହାରେ କୁହନ୍ତି, ସେମାନଙ୍କୁ ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ। ତେଣୁ ଚାଣକ୍ୟ କହିଛନ୍ତି ଯେ, ଘର କଥା ଘରେ ରଖିବା ଉଚିତ୍।

ଅପମାନକୁ ଗୁପ୍ତ ରଖନ୍ତୁ: ଚାଣକ୍ୟ କହିଛନ୍ତି ନିଜର ଅପମାନକୁ ଗୁପ୍ତ ରଖ, ଅନ୍ୟ ଆଗରେ ପ୍ରକାଶ କର ନାହିଁ। ଏହା ଦ୍ବାରା କେବଳ ପରିହାସର ସାମ୍ନା କରିବାକୁ ପଡେ।

ଦୁଃଖ-ଯନ୍ତ୍ରଣା ଅନ୍ୟକୁ ଜଣାନ୍ତୁ ନାହିଁ: ଚାଣକ୍ୟ ନୀତି ଅନୁଯାୟୀ ନିଜର ଦୁଃଖ ଏବଂ ଯନ୍ତ୍ରଣା ବିଷୟରେ କାହାକୁ ଜଣାନ୍ତୁ ନାହିଁ। ଏହା ଦ୍ୱାରା ନିଜର ଦୁର୍ବଳତା ବିଷୟରେ ଅନ୍ୟକୁ ଜଣାପଡିଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories