www.samajalive.in
Saturday, December 6, 2025
23.1 C
Bhubaneswar

ଇଟାଲୀରେ ବିନା କାରଣରେ ଘରୁ ବାହାରିଲେ ୨୫ ହଜାର ଜୋରିମାନା

ନୂଆଦିଲ୍ଲୀ : ବିଶ୍ୱରେ ମହାମାରୀ ଘୋଷିତ ହୋଇଥିବା କୋଭିଡ-୧୯ର ଆକ୍ରାନ୍ତ ସଂଖ୍ୟା ସାରା ବିଶ୍ୱରେ ବୃଦ୍ଧି ପାଉଛି। କରୋନାରେ ଆକ୍ରାନ୍ତ ହୋଇ ଇଟାଲୀରେ ୨୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଛି। ଏଭଳି ପରିସ୍ଥିତିରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଇଟାଲୀ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଇଟାଲୀରେ ବିନା କାରଣରେ ଘରୁ ବାହାରିଲେ ୩୦୦ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୨୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ। ଇଟାଲୀର ଓଲାଙ୍ଗରେ ରହୁଥିବା ଜଣେ ଭାରତୀୟ ନାଗରିକ ଏକ ଜାତୀୟ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଇଟାଲୀରେ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ସରକାର ଅତ୍ୟଧିକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ କ୍ଷୀର, ଔଷଧ ଏବଂ ପନିପରିବା କିଣିବା ପାଇଁ ଲୋକମାନେ ବାହାରକୁ ବାହାରି ପାରିବେ। ଏଥିପାଇଁ ଲୋକଙ୍କୁ ଏକ ଫର୍ମ ପୂରଣ କରିବାକୁ ପଡିବ। ସେମାନେ କେଉଁଠାକୁ ଯାଉଛନ୍ତି ଏବଂ କାହା ସଂମ୍ପର୍କରେ ଆସୁଛନ୍ତି ସେନେଇ ଫର୍ମରେ ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ପଡିବ। ନିକଟରେ ଅନାବଶ୍ୟକ ଭାବେ ରାସ୍ତାରେ ବୁଲୁଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବା ସୂଚନା ମିଳିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories