www.samajalive.in
Saturday, December 6, 2025
14.1 C
Bhubaneswar

ନଦୀରେ ବୁଡ଼ି ଛାତ୍ର ମୃତ

ଯାଜପୁର : ନଦୀରେ ସାଙ୍ଗମାନଙ୍କ ସହ ମିଶି ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଗୁରୁବାର ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଯାଜପୁର ଜିଲା ରସୁଲପୁର ବ୍ଲକ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡାଙ୍କ ପୁଅ ଚିରଞ୍ଜିବୀ ପରିଡା(୧୩)। ସେ ଆଜି ସାଙ୍ଗମାନଙ୍କ ସହିତ ବ୍ରାହ୍ମଣୀ ନଦୀର ବାରବାଟୀ ଘାଟରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁ ପାଣିରେ ବୁଡିଯାଇଥିଲେ। ଖବର ପାଇ କୁଆଖିଆ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରେ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଚିରଞ୍ଜିବୀ କୁଳମଣି ପରିଡାଙ୍କ ଏକମାତ୍ର ପୁଅ ହୋଇଥିବା ବେଳେ ସେ ଓଡ଼ଙ୍ଗ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର। ଖବର ପାଇ ଧର୍ମଶାଳା ପୁଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି। ଅପର ପକ୍ଷରେ ଚିରଞ୍ଜିବୀଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories