ୱାର୍ଡ଼ରଙ୍କ ମାଡ଼ରେ କଏଦୀ ଗୁରୁତର

ବୁର୍ଲା : ସମ୍ବଲପୁର ମଣ୍ଡଳ କାରାଗାର ମଧ୍ୟରେ ଘଟି ଯାଇଥିବା ଏକ ଅମାନବିୟ ଘଟଣା କଏଦୀଙ୍କ ସୁରକ୍ଷା ପ୍ରତି ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି। ମଣ୍ଡଳ କାରାଗାର ମଧ୍ୟରେ ଗତ ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ବ କାଳ ହେବ ସଜା ଭୋଗୁଥିବା ଅବିନାଶ ବେହେରା ନାମକ କଏଦୀଙ୍କୁ ମଣ୍ଡଳ କାରାଗାରର ୱାର୍ଡ଼ର ପ୍ରବଳ ମାଡ଼ ମାରିବା ଫଳରେ କଏଦୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭିମସାରରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ସମ୍ବଲପୁର ମଣ୍ଡଳ କାରାଗାରରେ ଗତ ପ୍ରାୟ ଦଶ ବର୍ଷରୁ ଊର୍ଦ୍ଧ୍ବ କାଳ ହେବ ଅବିନାଶ ବେହେରା(୨୯) ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ଗତ ୭ ତାରିଖ ଦିନ ସକାଳ ସମୟରେ ଜେଲ ମଧ୍ୟରେ ୱାର୍ଡ଼ର ସ୍ମୃତିରଞ୍ଜନ ପ୍ରଧାନ ତାଙ୍କୁ ଆସି କିଛି ନ ବୁଝି ନ ସୁଝି ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। ଏହି ପ୍ରବଳ ମାଡ଼ରେ ତାଙ୍କର ଡ଼ାହାଣ ହାତ ଭାଙ୍ଗି ଯାଇଥିବା ବେଳେ ଡ଼ାହାଣ ପିଚା ଏବଂ ବାମ ଜଙ୍ଘ ମଧ୍ୟ ପାଚି ଯାଇଥିବା ସେ ଅଭିଯୋଗ ଆଣିବା ସହିତ ଜେଲ ମଧ୍ୟରେ ସେ ବିଭିନ୍ନ ସଂସ୍କାର ମୁଳକ କାର୍ଯ୍ୟ କରୁଥିବା ବେଳେ ତାଙ୍କୁ ଏଭଳି ଭାବରେ ଅମାନବିୟ ଭାବରେ ମାଡ଼ ମରାଯିବା କେତେଦୁର ଯୁକ୍ତିସଙ୍ଗତ ବୋଲି ସେ ଅଭିଯୋଗ ଆଣିଛନ୍ତି।

Comments are closed.