www.samajalive.in
Sunday, December 14, 2025
15.1 C
Bhubaneswar

ପାକିସ୍ତାନକୁ ହରାଇ ଭାରତ ସ୍ନୁକର ବିଶ୍ୱକପ ଚମ୍ପିଆନ

ଦୋହା : ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୨ ଫ୍ରେମ୍‌ରେ ପରାସ୍ତ କରି ଭାରତ ଆଇବିଏସ୍‌ଏଫ୍‌ ସ୍ନୁକର ଦଳଗତ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଫାଇନାଲରେ ପାକିସ୍ତାନ ଠାରୁ ଭାରତ ୨-୦ ଫ୍ରେମ୍‌ରେ ପଛୁଆ ରହିଥିଲେ ମଧ୍ୟ ପଙ୍କଜ ଆଡୱାଣୀ ଓ ମନନ୍‌ ଚନ୍ଦ୍ରା ଭଲ ପ୍ରଦର୍ଶନ କରି ଶେଷ ୩ଟି ଗେମ୍‌ରେ ବିଜୟୀ ହୋଇ ଭାରତକୁ ଚମ୍ପିଆନ୍‌ କରାଇଥିଲେ।

ଫାଇନାଲ୍‌ର ୧ମ ଫ୍ରେମ୍‌ରେ ପାକିସ୍ତାନର ମାସି ଭାରତର ମନନ୍‌ଙ୍କୁ ୭୩-୨୪ ପଏଣ୍ଟରେ ପରାସ୍ତ କରିଥିଲେ। ୨ୟ ଫ୍ରେମ୍‌ରେ ପାକିସ୍ତାନର ମହମ୍ମଦ ଆସିଫ୍‌ ଭାରତର ପଙ୍କଜ ଆଡୱାଣୀଙ୍କୁ ୬୧-୫୬ ପଏଣ୍ଟରେ ପରାସ୍ତ କରି ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ୩ୟ ଫ୍ରେମ୍‌ ଏକ ଡବଲ୍‌ସ ମ୍ୟାଚ୍‌ ଥିଲା। ଏଥିରେ ପଙ୍କଜ-ମନନ୍‌ ଯୋଡ଼ି ସହଜରେ ପାକିସ୍ତାନୀ ପ୍ରତିପକ୍ଷଙ୍କୁ ୭୨-୪୭ ପଏଣ୍ଟରେ ପରାସ୍ତ କରିଥିଲେ। ୪ର୍ଥ ଫ୍ରେମ୍‌ରେ ଆଡୱାଣୀ ମୂଳରୁ ପାକିସ୍ତାନୀ ଖେଳାଳି ବାବର ମାସିଙ୍କ ଠାରୁ ପଛରେ ରହିଥିଲେ ମଧ୍ୟ ଶେଷ ବେଳକୁ ଚମତ୍କାର ପ୍ରଦର୍ଶନ କରି ବିଜୟୀ ହେବା ସହ ଖେଳକୁ ସମାନ ସ୍ତରକୁ ଆଣିଥିଲେ। ୫ମ ତଥା ନିର୍ଣ୍ଣାୟକ ସେଟ୍‌ରେ ମନନ୍‌ ସୁନ୍ଦର ସଟ୍‌ ମାରି ପାକିସ୍ତାନୀ ଖେଳାଳି ଆସିଫ୍‌ଙ୍କୁ ସହଜରେ ପରାସ୍ତ କରି ଭାରତକୁ ଚମ୍ପିଆନ୍‌ କରାଇ ପାରିଥିଲେ। ସୂଚନାଥାଉକି ଏହା ହେଉଛି ଆଡୱାଣୀଙ୍କ ୧୯ତମ ବିଶ୍ୱ ଟାଇଟଲ୍‌।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories