www.samajalive.in
Saturday, December 6, 2025
23.1 C
Bhubaneswar

ମଧ୍ୟପ୍ରଦେଶ ରାଜନୀତି : ସଂକଟରେ କମଲନାଥ ସରକାର

ଭୋପାଳ : ମଧ୍ୟପ୍ରଦେଶ ରାଜନୀତିରେ ଘଡିକେ ଘେଡା ଛୁଟୁଛି। କମଲନାଥ ସରକାର ଏବେ ସଂଖ୍ୟାଲଘୁରେ ପରିଣତ ହୋଇଥିବା ବେଳେ ସମସ୍ତଙ୍କର ନଜର ଦିଲ୍ଲୀ ରାଜନୀତି ଉପରେ ନିବଦ୍ଧ ହୋଇଛି।​‌ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଦଳ ଛାଡିବାର  କିଛି ସମୟ ପରେ ୬ ଜଣ ମନ୍ତ୍ରୀଙ୍କ ସମେତ ୨୨ ଜଣ କଂଗ୍ରେସ ବିଧାୟକ ନିଜ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଫଳରେ କମଳନାଥଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସଙ୍କଟର ସମ୍ମୁଖୀନ ହୋଇଛି। ୨୨ ଜଣ ବିଧାୟକଙ୍କ ମଧ୍ୟରୁ ୧୯ ଜଣ ବିଧାୟକ ନିଜ ନିଜର ଇସ୍ତଫା ପତ୍ର ରାଜଭବନକୁ ପଠାଇ ଦେଇଥିବାବେଳେ ବିସାହୁଲାଲ୍‍ ସିଂହ, ଇଦାଲ୍‍ ସିଂହ କାନ୍‍ସାନା ଏବଂ ମନୋଜ ଚୌଧୁରୀ ସେମାନଙ୍କର ନିଜ ନିଜର ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କୁ ପ୍ରଦାନ କରିଛନ୍ତି।

- Advertisement -

ଜ୍ୟୋତିରାଦିତ୍ୟ ସିନ୍ଧିଆ ଯେ କୌଣସି ସମୟରେ ବିଜେପିରେ ଯୋଗଦେବା ନେଇ ଆଲୋଚନା ହେଉଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ଏନ.ପି ପ୍ରଜାପତି ସୃଷ୍ଟି ହୋଇଥିବା ରାଜନୈତିକ ପରିସ୍ଥିତି ସଂପର୍କରେ କହିଛନ୍ତି ସେ ବିଧି ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବେ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ବିଧାନସଭାର ଆସନ ସଂଖ୍ୟା ହେଉଛି ୨୩୦। ତେବେ ସେଥିମଧ୍ୟରୁ ଦୁଇଟି ଆସନ ଖାଲି ପଡ଼ିଥିବା ଦୃଷ୍ଟିରୁ ବର୍ତ୍ତମାନ ସଂଖ୍ୟା ହେଉଛି ୨୨୮। ବିଧାନସଭାରେ କଂଗ୍ରେସ ଦଳର ୧୧୪ ଜଣ ବିଧାୟକ ଥିଲେ। ତେବେ ବର୍ତ୍ତମାନ ଏହି ସଂଖ୍ୟା ୯୨କୁ ଖସି ଆସିଛି। କଂଗ୍ରେସକୁ ବିଧାନସଭାରେ ବହୁଜନ ସମାଜ ପାର୍ଟିର ୨ ଜଣ, ସମାଜବାଦୀ ପାର୍ଟିର ଜଣେ ଏବଂ ୪ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ସମର୍ଥନ ଦେଉଥିଲେ। ଅନ୍ୟପକ୍ଷରେ ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ୧୦୭ ରହିଛି। ଇତିମଧ୍ୟରେ ସମାଜବାଦୀ ପାର୍ଟି ବିଧାୟକ ରାଜେଶ ଶୁକ୍ଳା, ବହୁଜନ ସମାଜ ପାର୍ଟି ବିଧାୟକ ସଞ୍ଜୀବ୍‍ କୁଶ୍‍ୱାହା ଭୋପାଳଠାରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ଭେଟିଛନ୍ତି।

ମଙ୍ଗଳବାର କମଲନାଥ ଡକାଇଥିବା ବିଧାୟକ ଦଳ ବୈଠକରେ ମାତ୍ର ୮୮ ଜଣ ବିଧାୟକ ଯୋଗ ଦେଇଥିଲେ। ସେଥିରେ ଏସପି ଓ ବିଏସପି ବିଧାୟକ ସାମିଲ ହୋଇ ନ ଥିଲେ।

ସୂଚନାଯୋଗ୍ୟ ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳରେ ୧୮ ବର୍ଷ ଧରି କାର୍ଯ୍ୟ କରିଥିଲେ ମଧ୍ୟ ଏବେ ଦଳରେ ଥାଇ ରାଜ୍ୟ ତଥା ଦେଶବାସୀଙ୍କ ସେବା କରିବାରେ ଅସମର୍ଥ ହେଉଥିବା ସେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଶ୍ରୀ ସନ୍ଧିଆଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବହିଷ୍କାର କରାଯାଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଆଜି ସକାଳେ ଶ୍ରୀ ସିନ୍ଧିଆ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‍ ଶାହାଙ୍କ ସହ ସାକ୍ଷାତ୍‍ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories