www.samajalive.in
Saturday, December 6, 2025
26.1 C
Bhubaneswar

କାଳ ହେଲା ହୋଲି ଖେଳ, ବନ୍ଧରେ ବୁଡ଼ି ଯୁବକ ମୃତ

ନୀଳଗିରି : ବନ୍ଧୁମାନଙ୍କ ସହିତ ହୋଲି ଖେଳି ଏକ ବନ୍ଧକୁ ଗାଧୋଇବାକୁ ଯାଇ ଜଣେ ଯୁବକ ନିଖୋଜ ହେବାର ଦୀର୍ଘ ୫ଘଣ୍ଟା ପରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ସିଆଡିମାଳ ଅଞ୍ଚଳରେ। ସେହି ଗ୍ରାମର ନିଶିକାନ୍ତ ସାଏବାବୁ ଓରଫ ଜଗା ସାଙ୍ଗମାନଙ୍କ ସହିତ ହୋଲି ଖେଳିସାରି ଗାଁ ନିକଟ ବୁଗାଳି ବନ୍ଧକୁ ଗାଧୋଇବାକୁ ଯାଇ ବୁଡି ଯାଇଥିଲେ। ପାଖରେ ଥିବା ସାଙ୍ଗମାନେ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ହେଁ ୩୦ ଫୁଟ ଗଭୀର ଗଣ୍ଡରେ ସମ୍ପୃକ୍ତ ଯୁବକ ବୁଡିଯାଇଥିବାରୁ ଉଦ୍ଧାର କରି ପରି ନ ଥିଲେ। ଖବର ପାଇ ନୀଳଗିରି ଅଗ୍ନିଶମ ବିଭାଗ ସହିତ ଗ୍ରାମବାସୀ ଡଙ୍ଗାରେ ଉଦ୍ଧାର ଜାରୀ ରଖିଥିଲେ ସୁଦ୍ଧା କୌଣସି ପତ୍ତା ମିଳିନଥିଲା। ଶେଷରେ ବାଲେଶ୍ଵରରୁ ଅଗ୍ନିଶମ ବିଭାଗ କର୍ମଚାରୀ ଆସି ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ଯାହାକୁ ନେଇ ଗାଁରେ ଶୋକର ଛାୟା ଖେଳି ଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories