www.samajalive.in
Saturday, December 6, 2025
23.1 C
Bhubaneswar

ଦେଶର ୧୫ ମହିଳାଙ୍କୁ ‘ନାରୀଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ୧୫ ଜଣ ମହିଳାମାନଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହି ପୁରସ୍କାର ବିତରଣ ସମାରୋହରେ ଉପସ୍ଥିତ ଥିଲେ।

-ଭାରତୀୟ ବାୟୁସେନା ଯୁଦ୍ଧ ବିମାନର ପ୍ରଥମ ୩ ଜଣ ମହିଳା ପାଇଲଟ୍‍ ମୋହନା ସିଂହ, ଭାବନା କାନ୍ତ ଓ ଅବନୀ ଚତୁର୍ବେଦୀଙ୍କ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି।

- Advertisement -

-୧୦୩ ବର୍ଷୀୟ କ୍ରୀଡ଼ାବିତ୍‍ ମନ୍‍ କୌର୍‍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

-ସେହିପରି କୃଷୀ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପଦଲା ଭୂଦେବୀ ଓ ବୀଣା ଦେବୀଙ୍କୁ ନାରୀଶକ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି।

-କାରିଗର ଆରିଫା ଜାନ୍‍ଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।

-ପରିବେଶବିତ୍‍ ଛମି ମୁର୍ମୁଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି।

-ଉଦ୍ୟୋଗୀ ନିଲ୍‍ଜା ୱାଙ୍ଗ୍‍ମୋଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

-ଅଟୋମୋବାଇଲ୍‍ ଉଦ୍ୟୋଗୀ ରଶ୍ମୀ ଊର୍ଦ୍ଧ୍ବାଡ଼୍‍ଶେଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି।

-ମହିଳା ରାଜମିସ୍ତ୍ରୀ କଳାବତୀ ଦେବୀଙ୍କୁ ମହିଳା ଦିବସରେ ଏହି ଖାସ୍‍ ସମ୍ମାନରେ ସମ୍ମାନିତ କରାଯାଇଛି।

-୨ ପର୍ବତାରୋହୀ ତାଶି ଓ ନୁଙ୍ଗ୍‍ଶି ମଲିକ୍‍ଙ୍କୁ ମଧ୍ୟ ଏହି ସମ୍ମାନ ପ୍ରଦାନ କରାଯାଇଛି।

-ଶାସ୍ତ୍ରୀୟ କଣ୍ଠଶିଳ୍ପୀ କୌଶିକି ଚକ୍ରବର୍ତ୍ତୀଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି।

-୨୦୧୮ ସାକ୍ଷରତା ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ୯୮ ବର୍ଷୀୟା କାର୍ଥ୍ୟାୟିନୀ ଆମ୍ମାଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories