www.samajalive.in
Saturday, December 6, 2025
23.1 C
Bhubaneswar

ମହିଳା ଟି-୨୦ ବିଶ୍ବକପ୍ : ସତ ହେଲାନି ଭାରତୀୟଙ୍କ ସ୍ବପ୍ନ, ଅଷ୍ଟ୍ରେଲିଆ ୫ମ ଥର ବିଶ୍ବ ଚମ୍ପିଆନ୍

ମେଲବର୍ଣ୍ଣ: ପ୍ରଥମ ଥର ପାଇଁ ମହିଳା ବିଶ୍ୱ ଟି -୨୦ ବିଶ୍ବକପ ଟାଇଟଲ ଜିତିବା ଭାରତୀୟ ଦଳର ସ୍ୱପ୍ନ ଭାଙ୍ଗିଯାଇଛି। ମହିଳା ଦିବସରେ ମେଲବୋର୍ଣ୍ଣରେ ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ଭାରତକୁ ୮୫ ରନରେ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ ହାସଲ କରିଛି। ନିର୍ଣ୍ଣାୟକ ମୁକାବିଲାରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ହରାଇ ୧୪୮ ରନ୍ ସଂଗ୍ରହ କରିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଦଳର ଆଲିସା ହିଲି ଏବଂ ବେଥ୍ ମୁନୀ ଅର୍ଦ୍ଧଶତକ ହାସଲ କରିଥିଲେ। ଭାରତୀୟ ଦଳ ୧୮୫ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା। ପ୍ରଥମରୁ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ । ଟୁର୍ଣ୍ଣାମେଣ୍ଟରେ ଦଳକୁ ଦ୍ରୁତ ଆରମ୍ଭ ଦେଉଥିବା ଶେଫାଳି ବର୍ମା ପ୍ରଥମ ଓଭରରେ ୨ ରନ୍ କରି ମେଗନା ସ୍କୁଟଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ଖାତା ଖୋଲିବା ପୂର୍ବରୁ ଜେମିମା ରୋଡ୍ରିଗ୍ସ ସ୍ପିନର ଜେସ ଜୋନାସେନଙ୍କ ବଲରେ ଆଉଟ ହୋଇଥିଲେ। ସ୍ମୃତି ମନ୍ଧାନା ୮ ବଲରେ ୧୧ ରନ୍ କରିଥିବା ବେଳେ ସୋଫିଆ ମୋଲିନେକ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ପୂରା ଟୁର୍ଣ୍ଣାମେଣ୍ଟ ଭଲ ପଦର୍ଶନ କରିପାରିନଥିବା ଅଧିନାୟକ ହରମନପ୍ରୀତ କୌର ଆଜି ଫାଇନାଲ ମ୍ୟାଚରେ ମଧ୍ୟ ବେଶୀ କିଛି କରି ପାରି ନଥିଲେ। ସେ ୪ ରନ୍ କରି ଜୋନାସେନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

କୌର ଆଉଟ ହେବା ବେଳେ ଦଳୀୟ ସ୍କୋର ୩୦ ଥିଲା। ଦଳ ୩୦ ରନ୍ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ଭେଦା କ୍ରିଷ୍ଣମୂର୍ତ୍ତି ଓ ଦୀପ୍ତି ଶର୍ମାଙ୍କ ଉପରେ ପୂରା ଟିମ ନିର୍ଭର କରିଥିଲା। ଉଭୟ ଦଳୀୟ ସ୍କୋରକୁ ୫୮ରେ ପହଞ୍ଚାଇଥିଲେ। ରନ୍ ରେଟର ଚାପ ଧରିଧିରେ ବଢ଼ିବାରୁ ଭେଦା କ୍ରିଷ୍ଣମୂର୍ତ୍ତି ବଡ଼ ଶଟ ଖେଳିବା ଲୋଭରେ ଡେଲିସାଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେ ମାତ୍ର ୧୯ ରନ୍ କରିଥିଲେ। ତାନିୟ ଭାଟ୍ଟିଆ ଆହତ ହେବାରୁ ତାଙ୍କ ସ୍ଥାନରେ ନୂଆ ନିୟମ ଅନୁଯାୟୀ ରିଚା ଘୋଷ ବ୍ୟାଟିଂ କରିବାକୁ ଆସିଥିଲେ। ହେଲେ ସେ ବି ନିରାଶ କରି ୧୮ ରନ୍ କରିଥିଲେ। ଦୀପ୍ତି ଶର୍ମା ୩୩ ରନ୍ କରିଥିବା ବେଳେ ନିକୋଲା କ୍ୟାରୀଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

- Advertisement -

ଏଥିସହ ଭାରତର ବିଶ୍ୱକପ ଜିତିବା ସ୍ୱପ୍ନ ବି ଚୂରମାର ହୋଇଯାଇଥିଲା। ଶିକ୍ଷା ପାଣ୍ଡେ(୨) ଓ ରାଧା ଯାଦବ(୧)ଙ୍କୁ ଯଥାକ୍ରମେ ମେଗନା ସ୍କୁଟ ଏବଂ ଜୋନାସେନ ଆଉଟ କରିଥିଲେ। ଶେଷରେ ପୁନମ ଯାଦବଙ୍କୁ ଗ୍ରାଡେନରଙ୍କ ହାତରେ ସ୍କୁଟ ଆଉଟ କରି ଭାରତୀୟ ଇ ଅଷ୍ଟ୍ରେଲିଆ ଦଳର ୧୮୫ ରନ ଜବାବରେ ସମଗ୍ର ଭାରତୀୟ ଦଳ ମାତ୍ର ୯୯ ରନରେ ଅଲଆଉଟ ହୋଇଯାଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ମେଗନା ସ୍କୁଟ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଜୋନାସେନ ୩ଟି ଓ ମୋଲିନେକ୍ସ, ଡେଲିସା ଏବଂ କ୍ୟାରୀ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories