www.samajalive.in
Saturday, December 6, 2025
23.1 C
Bhubaneswar

କରୋନାକୁ ନେଇ ହେଉଥିବା ଅପପ୍ରଚାରରୁ ଦୂରେଇ ରୁହନ୍ତୁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କରୋନା ଭୂତାଣୁ ଦେଶରେ ଆତଙ୍କ ଖେଳାଇଛି। କରୋନା ଭୂତାଣୁ ଯେମିତି ବ୍ୟାପୁଛି, ଠିକ୍‌ ସେମିତି ଏହାକୁ ନେଇ ଅନେକ ଗୁଜବ ଏବଂ ଅପପ୍ରଚାର ମଧ୍ୟ ତୀବ୍ର ବେଗରେ ବ୍ୟାପୁଛି। ତେଣୁ ଏସବୁ ଗୁଜବଠାରୁ ନିଜକୁ ଦୂରେଇ ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଶନିବାର ଜନୌଷଧି ସପ୍ତାହର ଶେଷ ଦିବସରେ ପ୍ରଧାନମନ୍ତ୍ରୀ ଦେଶର ଜନୌଷଧି କେନ୍ଦ୍ର ମାଲିକମାନଙ୍କ ସହିତ ଭିଡିଓ କନ୍‌ପରେନ୍ସିଂରେ କଥା ହେବା ସମୟରେ ଏହା କହିଛନ୍ତି।

ମୋଦୀ କହିଥିଲେ, କିଏ କହୁଛି ଏଇଟା ଖାଅନି, ସେଇଟା କରନି। କିଛି ଲୋକ କେତେକ ଜିନିଷ ଆଣି କହୁଛନ୍ତି ଯେ, ଏହାକୁ ଖାଇଲେ କରୋନାରେ ଆକ୍ରାନ୍ତ ହେବା ନାହିଁ। ଆମକୁ ଏସବୁ ଅପପ୍ରଚାର ଏବଂ ଗୁଜବକୁ ଅଣଦେଖା କରିବା ଜରୁରୀ। ଯାହା ବି କରିବା, ଡାକ୍ତରଙ୍କ ପରାମର୍ଶ ନେଇ କରିବା। ଏବେ ପୂରା ଦୁନିଆ ‘ନମସ୍ତେ’ର ଅଭ୍ୟାସ କରୁଛି। ଯଦି କୌଣସି କାରଣରୁ ଆମେ ଏହି ଅଭ୍ୟାସ ଛାଡ଼ିଦେଇଛେ, ତେବେ ହାତ ମିଳାଇ ଅଭିନନ୍ଦନ ଜଣାଇବା ବଦଳରେ ‘ନମସ୍ତେ’ ଅଭ୍ୟାସ କରିବା ଉଚିତ।

- Advertisement -

ସପ୍ତାହବ୍ୟାପୀ ପାଳନ କରାଯାଉଥିବା ଜନୌଷଧି ଦିବସର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଜନୌଷଧି ଦିବସ କେବଳ ଏକ ଯୋଜନାକୁ ପାଳନ କରିବାର ଦିନ ନୁହେଁ, ବରଂ କୋଟି କୋଟି ଭାରତୀୟ ଏବଂ ଲକ୍ଷ ଲକ୍ଷ ପରିବାର ସହିତ ଯୋଡ଼ି ହେବାର ଦିନ, ଯେଉଁମାନଙ୍କୁ ଏହି ଯୋଜନାରୁ ବହୁତ ଲାଭ ମିଳୁଛି। ପ୍ରତି ଭାରତୀୟଙ୍କ ସ୍ବାସ୍ଥ୍ୟ ପାଇଁ ଆମେ ୪ଟି ସୂତ୍ର ଉପରେ କାମ କରୁଛୁ। ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା ଦେଶର ସମସ୍ତ ନାଗରିକଙ୍କ ପାଖରେ ସସ୍ତା ଏବଂ ଉତ୍ତମ ଚିକିତ୍ସା ପହଞ୍ଚାଇବାର ଏକ ସଙ୍କଳ୍ପ। ବର୍ତ୍ତମାନ ସୁଦ୍ଧା ଦେଶରେ ୬ ହଜାରରୁ ଅଧିକ ଜନୌଷଧି କେନ୍ଦ୍ର ଖୋଲିଥିବାରୁ ମୁଁ ବହୁତ ଖୁସି ବୋଲି ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ଯୋଜନା କାରଣରୁ ପୂର୍ବ ତୁଳନାରେ ଚିକିତ୍ସା ଖର୍ଚ୍ଚ ବହୁତ କମ୍‌ ହେଉଛି। ବର୍ତ୍ତମାନ ସୁଦ୍ଧା ଦେଶରେ ଗରିବ ଏବଂ ମଧ୍ୟବିତ୍ତ ପରିବାରର ୨୦୦୦ ରୁ ୨୫୦୦ କୋଟି ଟଙ୍କା ସଞ୍ଚୟ ହୋଇଛି। ଯେଉଁ ହାରରେ ଜନୌଷଧି କେନ୍ଦ୍ରର ନେଟୱର୍କ ବଢ଼ି ଚାଲିଛି ସେହି ହାରରେ ଏହାର ଅଧିକ ଲାଭ ଲୋକଙ୍କ ପାଖରେ ପହଞ୍ଚୁଛି। ବର୍ତ୍ତମାନ ପ୍ରତିମାସରେ ୧ କୋଟିରୁ ଅଧିକ ପରିବାର ଜନୌଷଧି କେନ୍ଦ୍ର ଜରିଆରେ ବହୁ ସସ୍ତାରେ ଔଷଧ କିଣିପାରୁଛନ୍ତି। ଭାରତରେ ପ୍ରସ୍ତୁତ ଜେନେରିକ୍‌ ଔଷଧର ଚାହିଦା ସାରା ବିଶ୍ଵରେ ରହିଛି। ସରକାର ସବୁ ହସ୍ପିଟାଲରେ ଡାକ୍ତରମାନେ ଜେନେରିକ୍‌ ଔଷଧ ଲେଖିବା ବାଧ୍ୟତାମୂଳକ କରିଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ, ଭାରତରେ ୭୨୮ ଜିଲାରୁ ୭୦୦ ଜିଲାରେ ଜନୌଷଧି କେନ୍ଦ୍ର ଖୋଲାଯାଇଛି। ଏସବୁ ଜିଲାରେ ବର୍ତ୍ତମାନ ୬୨୦୦ ଜନୌଷଧି କେନ୍ଦ୍ର ରହିଛି। ଜନୌଷଧି କେନ୍ଦ୍ର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଜନୌଷଧି ସପ୍ତାହ ପାଳନ କରାଯାଉଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories