www.samajalive.in
Sunday, December 14, 2025
26.1 C
Bhubaneswar

କେରଳରେ ୫୨ ଦିନ ପାଇଁ ମାଛଧରା ନିଷେଧାଦେଶ

ତିରୁଅନନ୍ତପୁରମ୍ : କେରଳ ସମୁଦ୍ରତଟରେ ଶନିବାର ମଧ୍ୟରାତିରୁ ୫୨ ଦିନ ପାଇଁ ମାଛଧରା ଉପରେ ନିଷେଧାଦେଶ ଜାରୀ କରାଯାଇଛି।  ବିଶେଷ କରି  ବର୍ଷା କାଳରେ  ଟ୍ରଲର୍‍ ଯୋଗେ ମାଛଧରାକୁ ନିଷେଧ କରାଯାଇଛି।  ଏହି ସମୟରେ କେରଳର ସମଗ୍ର ସମୁଦ୍ର ତଟରେ ମାଛ ଧରାପାଇଁ ଯନ୍ତ୍ରଚାଳିତ ଡଙ୍ଗା ଓ ଟ୍ରଲର୍‍ଗୁଡ଼ିକୁ ସମୁଦ୍ର ମଧ୍ୟକୁ ଛଡ଼ାଯିବ ନାହିଁ। ଏହି ନିଷେଧାଦେଶକୁ କଡ଼ାକଡ଼ି ଭାବେ ପାଳନ କରିବାପାଇଁ ସାମୁଦ୍ରିକ ଥାନା ଓ ତଟରକ୍ଷୀ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି।

ମାଛ ମାନଙ୍କ ପାଇଁ ଏହା ପ୍ରଜନନ ୠତୁ ହୋଇଥିବାରୁ ସାମୁଦ୍ରିକ ସମ୍ପଦର ପୁନଃଭରଣା ତଥା ବଂଶ ବିସ୍ତାର ପାଇଁ ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଟ୍ରଲର୍‍ ଯୋଗେ ମାଛଧରାକୁ ନିଷେଧ କରାଯାଇଥାଏ। ନିଷେଦ୍ଧାଦେଶ  ବଳବତ୍ତର ରହିବା ସମୟରେ ମତ୍ସ୍ୟଜୀବୀମାନଙ୍କୁ ସରକାର ମାଗଣାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଦେବେ। ତେବେ ଏହି ସମୟରେ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରରେ ପ୍ରବେଶ ପାଇଁ ବାରଣ କରାଯାଇ ନାହିଁ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories