www.samajalive.in
Saturday, December 6, 2025
17.1 C
Bhubaneswar

କମଲନାଥ ସରକାର ପ୍ରତି ବିପଦ ଘନେଇଲା: ୭ ବିଧାୟକ ଦେଇପାରନ୍ତି ଇସ୍ତଫା

ଭୋପାଳ: ମଧ୍ୟପ୍ରଦେଶରେ ୩ ଦିନ ଧରି ରାଜନୈତିକ ସଙ୍କଟ ଜାରି ରହିଛି। ରାଜ୍ୟରେ କମଲନାଥଙ୍କ କଂଗ୍ରେସ ସରକାର ପ୍ରତି ବିପଦ ଘନଉଛି। ମୁଖ୍ୟମନ୍ତ୍ରୀ କମଲନାଥ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସହିତ ମିଶି ଡ୍ୟାମେଜ କଂଟ୍ରୋଲ କରିନେଇଥିବା କୁହାଯାଉଥିଲା, କିନ୍ତୁ ଗୁରୁବାର ଅପରାହ୍ନ ପରେ ପୁଣି ଥରେ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ତିନି ଦିନ ଧରି ନିଖୋଜ ରହିଥିବା କଂଗ୍ରେସ ବିଧାୟକ ହରଦୀପ ସିଂହ ଡଙ୍ଗ ବିଧାନସଭା ସଦସ୍ୟତାରୁ ଇସ୍ତଫା ଦେଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରାଯାଇ ନ ଥିବାବେଳେ ଆଉ ୭ ବିଧାୟକ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଛି। ଶୁକ୍ରବାର କିମ୍ବା ଶନିବାର ଭିତରେ ସେମାନେ ଇସ୍ତଫା ଦେଇପାରନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏହି ବିଧାୟକମାନେ ହେଲେ କଂଗ୍ରେସର ଏନ୍ଦଲ ସିଂହ କଂସାନା, ରଣବୀର ଜାଟୱ, ବିସାହୁଲାଲ ଏବଂ ରଘୁରାଜ କଂସାନା, କମଲେଶ ଜାଟବ, ଗୋପାଲ ସିଂହ ଓ ବିକ୍ରମ ସିଂହ ନାତିରାଜା।

ଅନ୍ୟପଟେ ବିଜେପିର ମଧ୍ୟ କେତେଜଣ ବିଧାୟକ ଦଳର ନେତୃତ୍ଵ ଉପରେ ଅସନ୍ତୁଷ୍ଟ ରହିଛନ୍ତି। ସେମାନେ ଖୁବଶୀଘ୍ର କଂଗ୍ରେସରେ ସାମିଲ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ଏମାନଙ୍କ ମଧ୍ୟରେ ବିଜେପି ବିଧାୟକ ନାରାୟଣ ତ୍ରିପାଠୀ, ଶରଦ କୌଲଙ୍କ ବ୍ୟତୀତ ଅନ୍ୟ ୨ ବିଧାୟକଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। କଂଗ୍ରେସ ବି ପରିସ୍ଥିତିର ମୁକାବିଲା କରିବା ସହିତ ବିଜେପିକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି ଚଳାଇଛି। ମୁଖ୍ୟମନ୍ତ୍ରୀ କମଲନାଥ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହ ଏବେ ଦଳର ମଙ୍ଗ ଧରିଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories