www.samajalive.in
Sunday, December 14, 2025
15.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ସରଳ ମନ୍ତ୍ର

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେତେକ ସରଳ ଉପାୟ ରହିଛି। ଯାହା ପାଇଁ ଅଧିକ ପରିଶ୍ରମ କରିବାକୁ ମଧ୍ୟ ପଡ଼ିନଥାଏ। ଅତି ସାଧାରଣ କଥା ପ୍ରତି ଧ୍ୟାନ ଦେବା ଦ୍ୱାରା ଓ ସ୍ୱାସ୍ଥ୍ୟ ଉପକାରୀ କିଛି ନିୟମ ପାଳନ କରିବା ସ୍ୱାସ୍ଥ୍ୟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମେ ପୌଷ୍ଟିକ ଆହାର ଖାଇଥାଉ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ କେବଳ ପୁଷ୍ଟିଯୁକ୍ତ ଆହାର ଖାଇବା ନୁହେଁ ବରଂ ଠିକ ସମୟରେ ଖାଦ୍ୟ ଖାଇବା ସହ ଖାଦ୍ୟ ଠିକ ଭାବେ ହଜମ ହେବା ମଧ୍ୟ ଆବଶ୍ୟକ ଅଟେ। ଖାଦ୍ୟ ଖାଇବା ପରେ ଏପରି କିଛି କାର୍ଯ୍ୟ ଅଛି ଯାହା କରିବା ଉଚିତ ନୁହେଁ। ବହୁ ଲୋକେ ଏହା ଜାଣି ନଥାଆନ୍ତି। ସେମାନେ ଖାଦ୍ୟଖାଇବା ପରେ ସେହି ଭୁଲ ଗୁଡ଼ିକୁ କରିଥାଆନ୍ତି , ଯାହା ଫଳରେ ଖାଦ୍ୟରେ ପୋଷକ ମିଳିନଥାଏ ଓ ସ୍ୱାସ୍ଥ୍ୟ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ….
ଚା’ ପିଅନ୍ତୁ ନାହିଁ –
ବହୁ ଲୋକେ ଖାଦ୍ୟ ଖାଇବା ପରେ ଚା’ ପିଇଥାଆନ୍ତି। ଏପରି କରିବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କ୍ଷୟ ହୋଇଥାଏ। ଖାଦ୍ୟରୁ ଭିଟାମିନ ମଧ୍ୟ ମିଳିନଥାଏ।
ଧୂମ୍ରପାନ –
ଖାଦ୍ୟ ଖାଇବା ପରେ କୌଣସି ପ୍ରକାରର ନିଶାଦ୍ରବ୍ୟ ସେବନ କରିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଶରୀରରେ ମାରାତ୍ମକ ରୋଗ ସୃଷ୍ଟି ହୋଇଥାଏ।
ଶୁଅନ୍ତୁ ନାହିଁ –
ଖାଦ୍ୟ ଖାଇବା ପରେ ହଜମ ହେବାକୁ କିଛି ସମୟ ଲାଗିଥାଏ। ତେଣୁ ଖାଇବା ପରେ ତୁରନ୍ତ ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଗ୍ୟାସଟିକ, ଏସିଡ଼ିଟି, ବଦହଜମି ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ଫଳ ଖାଆନ୍ତୁ ନାହିଁ –
ବହୁ ଲୋକେ ଖାଦ୍ୟ ଖାଇବା ପରେ ତୁରନ୍ତ ଫଳ ଖାଇଥାଆନ୍ତି। ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଇବା ଦ୍ୱାରା ଆମ ଶରୀରକୁ ଉପଯୁକ୍ତ ପୋଷଣ ମିଳିପାରିନଥାଏ।
ଗାଧୋଇବାକୁ ଯାଆନ୍ତୁ ନାହିଁ –
ଖାଇବା ପରେ ସଙ୍ଗେ ସଙ୍ଗେ ଗାଧୋଇବା ଉଚିତ ନୁହେଁ। ଖାଦ୍ୟ ଖାଇବା ପରେ ଗାଧୋଇଲେ ପେଟର ଚାରିପାଖରେ ରକ୍ତ ପ୍ରବାହ ବଢିଯାଇଥାଏ। ଯାହା ପାଚନ କ୍ରିୟାକୁ ପ୍ରଭାବିତ କରିଥାଏ। ପେଟ ଜନିତ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ।
ଚାଲନ୍ତୁ ନାହିଁ –
ଚାଲିବା ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ମାତ୍ର ଖାଇବା ପରେ ସଙ୍ଗେ ସଙ୍ଗେ ଚାଲନ୍ତୁ ନାହିଁ। ଏହା ମଧ୍ୟ ଆମ ହଜମ କ୍ରିୟା ଉପରେ କୁପ୍ରଭାବ ପକାଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories