www.samajalive.in
Saturday, December 6, 2025
15.1 C
Bhubaneswar

ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଓଲଟିଲା ବସ୍‌, ବର୍ତ୍ତିଲେ ଯାତ୍ରୀ

କାଶୀପୁର: ରାୟଗଡା ଜିଲା କାଶୀପୁର ସଦର ମହକୁମାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ବୁଧବାର ବିଳମ୍ବିତ ରାତିରେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାଶୀପୁର ମୁଖ୍ୟ ରାସ୍ତାରେ ଆସୁଥିବା ଏହି ଘରୋଇ ବସ୍‌ (ଓଆର୦୨ବିଡି୫୦୦୭)ଟି ଘାଟିରୁ ତଳକୁ ଓହ୍ଲାଉଥିବାବେଳେ ଭାରସାମ୍ୟ ହରାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଏକ ଇଲେକ୍ଟ୍ରି ଟ୍ରାନ୍ସଫର୍ମରକୁ ଧକ୍କା ଦେଇଥିଲା। ପରେ ବସଟି ରାସ୍ତା ମଝିରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ବସ୍‌ଟି ଏକ ଚା’ ଦୋକାନ ଉପରେ ମାଡ଼ିଯାଇଥିଲା। ଦୋକାନଟି ଭାଙ୍ଗିଯାଇଥିବାବେଳେ ଦୋକାନୀ ଏବଂ ବସ୍‌ରେ ଥିବା ଯାତ୍ରୀ ଓ କର୍ମଚାରୀମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଟ୍ରାନ୍ସଫର୍ମରରୁ ନିଆଁ ଝୁଲ ଖସିଥିଲେ ହେଁ କୌଣସି ବଡ଼ ଧରଣର ଅଘଟଣ ଘଟି ନ ଥିଲା।

ସୂଚନା ମୁତାବକ, ବସଟି ସୁଙ୍ଗେରଠାରୁ ନୂଆଗାଁ ଯାଉଥିବାବେଳେ ରାତି ପ୍ରାୟ ୧୨ଟା ୨୦ରେ ଏହି ଦୁର୍ଘଟଣା ଘଟିଥିଲା। ସ୍ବାସ୍ଥ୍ୟକେନ୍ଦ୍ରର ଷ୍ଟାଫ ନର୍ସ ଗୋଲାପି ବାରଲା ଏବଂ ମା’ ଗୃହର କାର୍ଯ୍ୟରତ ଦୁର୍ଘଟଣା ବିଷୟରେ ଜାଣି ତୁରନ୍ତ ଡାକ୍ତର ଆର.ଆର. ରାଓଙ୍କୁ ସୂଚନା ଦେବା ସହିତ ସ୍ଥାନୀୟ ଲୋକଙ୍କୁ ଡକାଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର, କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଖବରପାଇ ଥାନା ଅଧିକାରୀ ଦୁର୍ଗାମାଧବ ପ୍ରଧାନ, ଅଗ୍ନିଶମ କର୍ମଚାରୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚା ଦୋକାନ କାନ୍ଥ ତଳେ ଚାପି ହୋଇଯାଇଥିବା ଦୋକାନୀ ପ୍ରଦୀପ ଗୋପାଳଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବସ୍‌ରେ ଅଧିକ ଯାତ୍ରୀ ନ ଥିଲେ। ଜଣେ ଯାତ୍ରୀଙ୍କ ସମେତ ୪ ଜଣ ବସ୍‌ କର୍ମଚାରୀ ଥିଲେ। ସେମାନଙ୍କ ମଧ୍ୟରୁ ସୁଙ୍ଗେର ଗ୍ରାମର ଯାତ୍ରୀ ଯୁଧିଷ୍ଠିର ନାଏକ ଗୁରୁତର ଆହତ ହୋଇଛନ୍ତି।  ତାଙ୍କୁ ଚିକିତ୍ସା ପାଇଁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଡ୍ରାଇଭର ସମେତ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। କାଶୀପୁର ପୁଲିସ ଘଟଣାର ତଦନ୍ତ ଚଳାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories