www.samajalive.in
Saturday, December 6, 2025
23.1 C
Bhubaneswar

ଅଜୟ ଭୂଷଣ ପାଣ୍ଡେ ନୂଆ ଅର୍ଥ ସଚିବ

ନୂଆଦିଲ୍ଲୀ : ମହାରାଷ୍ଟ୍ର କ୍ୟାଡର ଆଇଏଏସ ଅଫିସର ଅଜୟ ଭୂଷଣ ପାଣ୍ଡେଙ୍କୁ ଅର୍ଥ ମନ୍ତ୍ରଣାଳୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୪ ବ୍ୟାଚ ଆଇଏଏସ୍ ଶ୍ରୀ ପାଣ୍ଡେ ଏବେ ରାଜସ୍ବ ବିଭାଗ ସଚିବ ଭାବେ କାର୍ଯ୍ୟ କରୁଥିବାବେଳେ ମଙ୍ଗଳବାର ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି (ଏସିସି) ତାଙ୍କୁ ଅର୍ଥ ସଚିବ ଭାବେ ନିଯୁକ୍ତି ଦେଇଛି। ଏ ସମ୍ପର୍କରେ କାର୍ମିକ, ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅର୍ଥ ସଚିବ ଭାବେ ସେ ରାଜସ୍ବ ବିଭାଗର ମୁଖ୍ୟ ପଦରେ ମଧ୍ୟ ରହିବେ। ପାଣ୍ଡେ ଏକମାତ୍ର ଅଧିକାରୀ ଯିଏ କି ତିନିଟି ବିଭାଗକୁ ଏକକାଳୀନ ଚଳାଇ ଆସୁଥିଲେ। ଏହି ବିଭାଗଗୁଡିକ ହେଲା ରାଜସ୍ବ, ଜିଏସଟିଏନ ଓ ୟୁଆଇଡିଏଆଇ। ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ପାଣ୍ଡେ ମିନେସୋଟା ବିଶ୍ବବିଦ୍ୟାଳୟରୁ କମ୍ପୁଟର ବିଜ୍ଞାନରେ ପିଏଚଡି ହାସଲ କରିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories