www.samajalive.in
Monday, December 8, 2025
14.1 C
Bhubaneswar

ଟ୍ରକ୍ ଧକ୍କାରେ ଶିକ୍ଷକ ମୃତ

ତୁମୁଡିବନ୍ଧ :  ଟ୍ରକ ଧକ୍କାରେ ଶିକ୍ଷକ ମୃତ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ। ତୁମୁଡିବନ୍ଧ ବ୍ଲକ ଆଠବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଶ୍ୱରଞ୍ଜନ ସାମନ୍ତରା ବୁଧବାର ସନ୍ଧ୍ୟା ସମୟରେ ତୁମୁଡିବନ୍ଧ ଛକକୁ କୌଣସି ଏକ କାର୍ଯ୍ୟରେ ଯାଇ ନିଜ ଘରକୁ ଫେରୁଥିବା ବେଳେ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଶିକ୍ଷକ ଶ୍ରୀ ସାମନ୍ତରା ସେହି ସ୍ଥାନରେ ପଡ଼ି ଯାଇଥିଲେ। ନିକଟରେ ଠିଆ ହୋଇଥିବା ଲୋକମାନେ ଓ ଶିକ୍ଷକ ସଂଘ ର କିଛି ଶିକ୍ଷକ ତୁରନ୍ତ ଏକ ଆମ୍ବୁଲାନ୍ସ ଯୋଗେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ସେଠାରେ ତାଙ୍କ ସ୍ବାସ୍ଥ୍ୟଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ତୁମୁଡିବନ୍ଧ ଡାକ୍ତର କିନ୍ତୁ ସେଠାରେ ବାଲିଗୁଡା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବିଶ୍ୱରଞ୍ଜନ ସାମନ୍ତରାଙ୍କ ମୃତ୍ୟୁ ଖବର ପାଇ ବାଲିଗୁଡା ଡାକ୍ତରଖାନା ପରିସରରେ ଶିକ୍ଷକ ସଂଘର ସଭାପତି ଶରତ ଚନ୍ଦ୍ର ଦେଶୀନାୟକ, କୁମର ପରାସେଠ ଓ ତୁମୁଡିବନ୍ଧ ର ବହୁ ଶିକ୍ଷକ ଶିକ୍ଷୟତ୍ରୀ ଡାକ୍ତରଖାନାରେ ପହଞ୍ଚିଥିଲେ। ସେପଟେ ଧକ୍କା ଦେଇଥିବା ଟ୍ରକ୍ ନମ୍ବର ଓଡ଼ି-୧୪ଡ଼ି-୦୫୩୭କୁ ତୁମୁଡିବନ୍ଧ ଥାନା ପୋଲିସ ଅଟକ ରଖିଥିବା ବେଳେ ଗାଡ଼ି ଚାଳକକୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories