www.samajalive.in
Sunday, December 14, 2025
26.1 C
Bhubaneswar

ବୁର୍ଲା ଭିମସାରର କରୋନା ନୋଡ଼ାଲ ସେଣ୍ଟର ଏବଂ ଚିକିତ୍ସା ବ୍ୟବସ୍ତାକୁ ସ୍ୱତନ୍ତ୍ର ସଚିବଙ୍କ ତଦାରଖ

ବୁର୍ଲା : ପୁଣି ଭିମସାରର ଛାତି ଓ ସଂକ୍ରମଣ ରୋଗ ବିଭାଗରେ ଖୋଲାଯାଇଥିବା କରୋନା ନୋଡ଼ାଲ ସେଣ୍ଟର। ଏହି ନୋଡାଲ ସେଣ୍ଟରର ଭିତ୍ତିଭୂମି ତଥା ବ୍ୟବସ୍ତା ତଦାରଖ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରେରିତ ସ୍ୱତନ୍ତ୍ର ସଚିବ ସୁଶୀଲ କୁମାର କର ବୁଧବାର ଭିମସାରରେ ପହଞ୍ଚି ଥିଲେ। ସ୍ୱତନ୍ତ୍ର ସଚିବ ସୁଶୀଲ କୁମାର କର ଭିମସାରକୁ ପହଞ୍ଚି ଛାତି ଓ ସଂକ୍ରମଣ ବିଭାଗର କରୋନା ନୋଡ଼ାଲ ସେଣ୍ଟରର ବ୍ୟବସ୍ତା ଏବଂ ସ୍ୱତନ୍ତ୍ର ବ୍ୟବସ୍ତା ସହିତ ଆଇସୋଲେସନ ବିଭାଗ ଯାଞ୍ଚ କରିବା ସହିତ ଭିମସାରରେ ଉଚିତ ବ୍ୟବସ୍ତା କରାଯାଇଥିବାକୁ ନେଇ ଅତ୍ୟନ୍ତ ଖୁସି ପ୍ରକଟ କରି ଯାଇଛନ୍ତି।

ସ୍ୱତନ୍ତ୍ର ସଚିବ ଶ୍ରୀକରଙ୍କ ସହିତ ଭିମସାରର କରୋନା ନୋଡ଼ାଲ ସେଣ୍ଟରର ସହଯୋଗୀ ପ୍ରଫେସର ସୁଦର୍ଶନ ପୋଥାଲ ଏବଂ ଭିମସାର ଅଧିକ୍ଷକ ପ୍ରଫେସର ଜୟଶ୍ରୀ ଦୋରା ପ୍ରମୁଖ ଉପସ୍ତିତ ରହିଥିଲେ। ବିଭାଗର ସମସ୍ତ ଡ଼ାକ୍ତର, ଅଧିକାରୀ ତଥା ଆଞ୍ଚଳିକ ରୋଗ ନିରୁପଣ କେନ୍ଦ୍ର, ମାଇକ୍ରୋବାୟୋଲୋଜି, କର୍ଣ୍ଣ,ନାଶା ଓ ଗଳା ବିଭାଗ, ମେଡ଼ିସିନର ଜଣେ ଏବଂ ଶିଶୁବିଭାଗର ଜଣଙ୍କ ଉପସ୍ତିତିରେ ଏକ ଆଲୋଚନା କରୋନା ସଂକ୍ରାନ୍ତରେ ଅନୁଷ୍ଠିତ ହୋଇଥିଲା। ଏହା ସହିତ ସ୍ୱତନ୍ତ୍ର ସଚିବ ଶ୍ରୀ କର ନୋଡ଼ାଲ ସେଣ୍ଟର କରୋନା ସଂକ୍ରାନ୍ତିୟ ବିଭିନ୍ନ ଆନୁଷାଙ୍ଗିବ ବ୍ୟବସ୍ତା ତଥା ଆଉ କିଛି ମାତ୍ରାର ରହିଥିବା ଆବଶ୍ୟକତା ରହିଛି କି ନାହିଁ ଏହା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ଏହି କରୋନ ସନ୍ଦିଗ୍ଧକୁ ନେଇ ପୁଣି ଛାତି ଓ ସଂକ୍ରମଣ ରୋଗ ବିଭାଗରେ ଭର୍ତ୍ତି ହୋଇଥିବା ରୋଗୀଙ୍କୁ ନେଇ ତାଙ୍କ ଆତ୍ମୀୟ ସ୍ୱଜନ ମାନଙ୍କ ମଧ୍ୟରେ ରହିଥିବା ଭୟ ସ୍ପଷ୍ଟ ବାରି ହେଉଥିଲା। ଏପରିକି ଆଜି ମଧ୍ୟ କେତେକ ରୋଗୀଙ୍କୁ ବିଭାଗରୁ ଡ଼ିସଚାର୍ଜ କରାଯାଇ ସମ୍ପର୍କିୟ ମାନଙ୍କ ନେଇ ଚାଲି ଯାଉଥିବା ଦେଖିବାକୁ ମିଳିଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories