www.samajalive.in
Saturday, December 6, 2025
14.1 C
Bhubaneswar

ଟାଟାଷ୍ଟିଲ କଳିଙ୍ଗନଗର ପକ୍ଷରୁ ୪୯ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ

କଳିଙ୍ଗନଗର: ଟାଟାଷ୍ଟିଲ କଳିଙ୍ଗନଗର ପକ୍ଷରୁ ବୁଧବାର  ୪୯ତମ ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ କାରଖାନା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସୁରକ୍ଷା ପତାକା ଉତ୍ତୋଳନ କରାଯାଇଥିଲା। ଏହା ସହିତ କାରଖାନାର କର୍ମଚାରୀମାନେ ସୁରକ୍ଷା ସମ୍ପର୍କିତ ଶପଥ ପାଠ କରିଥିଲେ।“ଆଧୁନିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ମାଧ୍ୟମରେ ସୁରକ୍ଷା ଓ ସ୍ୱାସ୍ଥ୍ୟ ପ୍ରଦର୍ଶନରେ ଉନ୍ନତି” କୁ ଚଳିତବର୍ଷର ବିଷୟବସ୍ତୁ ଭାବେ ନିଆଯାଇଛି।ଏହି ଅବସରରେ ଯାଜପୁର ଜିଲ୍ଲା କାରଖାନା ଓ ବାଷ୍ପିତ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଚନ୍ଦ୍ରଶେଖର ବେହେରା ଓ ଟାଟାଷ୍ଟିଲ କର୍ପୋରେଟ୍ ସର୍ଭିସେସ୍ ବିଭାଗ ମହା ପ୍ରବନ୍ଧକ ଆର. ଆର ଶତପଥୀ ଅତିଥି ରୂପେ ଯୋଗ ଦେଇଥିଲେ।

ଉକ୍ତ କାର୍ୟ୍ୟକ୍ରମରେ ଟାଟାଷ୍ଟିଲ କଳିଙ୍ଗନଗରର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଠିକାଦାରମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଶ୍ରୀ ବେହେରା ଜାତୀୟ ସୁରକ୍ଷା ସପ୍ତାହ ପାଳନର ଗୁରୁତ୍ୱ, ଶିଳ୍ପନାଷ୍ଠାନରେ “ଶୂନ୍ୟ ଦୁର୍ଘଟଣା” ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ୧୦ଟି ବିନ୍ଦୁ ଓ ୫-ଟି ସୁରକ୍ଷା ପଦକ୍ଷେପ ଉପରେ ନିଜମତରଖିଥିଲେ।

- Advertisement -

ଏହା ସହିତ ସେ ସମସ୍ତ ଶିଳ୍ପାନୁଷ୍ଠାନଗୁଡ଼ିକ ଗୁରୁତର ଦୁର୍ଘଟଣା ଏଡାଇବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ପ୍ରଦାନ କରିଥିଲେ। ଏକ ଶିଳ୍ପାନୁଷ୍ଠାନର ମମସ୍ତସ୍ତରରେ ନୂତନ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ସହିତ ଆଚରଣରେ ପରିବର୍ତ୍ତନ ଆଣିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଆର. ଆର ଶତପଥୀ କହିଥିଲେ ଯେ, ଟାଟାଷ୍ଟିଲକଳିଙ୍ଗନଗର ପକ୍ଷରୁ ସୁରକ୍ଷାକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି।ଏହା ସହିତ କମ୍ପାନୀ କର୍ମଚାରୀ ଓ ଠିକା କର୍ମଚାରୀଙ୍କ ସହ ମିଶି ସୁରକ୍ଷା ବ୍ୟବସ୍ଥାରେ ଲଗାତର ଉନ୍ନତି ଆଣିବା ଦିଗରେ କାର୍ୟ୍ୟ କରୁଛି।

ଟାଟାଷ୍ଟିଲ କଳିଙ୍ଗନଗର ଚିଫ୍ ବିଭୁଦତ୍ତ ମହାନ୍ତି (ଅପରେସନ୍ସ ସୁରକ୍ଷା ବିଭାଗ)ଦେଶ ମଧ୍ୟରେ ଜାତୀୟ ସୁରକ୍ଷା ସପ୍ତାହ ପାଳନର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ସେ ଚଳିତ ମାସ ମାର୍ଚ୍ଚ ୪ ରୁ ୧୧ ତାରିଖ ପର୍ୟ୍ୟନ୍ତ ଟାଟା ଷ୍ଟିଲ କଳିଙ୍ଗ ନଗରରେ ଜାତୀୟ ସୁରକ୍ଷା ସପ୍ତାହ ପାଳନ ଅବସରରେ ଉଭୟ କର୍ମଚାରୀ ଓ ଠିକାଦାରମାନଙ୍କ ପାଇଁ ହେବାକୁ ଥିବା ବିଭିନ୍ନ କାର୍ୟ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories