www.samajalive.in
Saturday, December 13, 2025
26.1 C
Bhubaneswar

ଘରକୁ ସୁରକ୍ଷିତ ରଖିବ ‘ସ୍ମାର୍ଟ ଲକ୍’

ନ୍ୟୁୟର୍କର ଏକ ନାମୀ କମ୍ପାନୀ ‘ସ୍ମାର୍ଟ ଲକ୍’ ତିଆରି କରିଛି। ଏହି ଲକ୍ ସହାୟତାରେ ଆପଣଙ୍କ ଘର ପୂର୍ଣ୍ଣ ସୁରକ୍ଷିତ ରହିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ସ୍ମାର୍ଟଫୋନ୍‌ରେ ଥିବା ଆପ୍ଲିକେସନ୍ ସହାୟତାରେ ହିଁ ଲକ୍‌ଟି ପରିଚାଳିତ ହେବ। ବ୍ଲୁ-ଟୁଥ୍, ଆପଣଙ୍କ ସ୍ମାର୍ଟଫୋନ୍ ଡାଟା, ୱାଇଫାଇ ଜରିଆରେ ହିଁ ଲକ୍‌ କାମ କରିବ। ଯଦିବା ମାଲିକ ଘରେ ନାହାନ୍ତି, ଘର ଠାରୁ ଦୂରରେ ରହି ମଧ୍ୟ ସେ ଘରର ଲକ୍‌‌କୁ ଖୋଲିପାରିବେ। କେହି ଅତିଥି, ବନ୍ଧୁବାନ୍ଧବ ଆସିଲେ ଘରେ ନ ରହି ମଧ୍ୟ ମାଲିକ ଏଇ ସ୍ମାର୍ଟ ଲକ୍ ଜରିଆରେ ସେମାନଙ୍କୁ ଘରେ ପ୍ରବେଶ କରାଇପାରିବେ। ଅଜଣା ଲୋକ ଆପଣଙ୍କ ଘରର କବାଟ, ଝରକାକୁ ସ୍ପର୍ଶ କଲେ ତୁରନ୍ତ ସ୍ମାର୍ଟଫୋନ୍‌କୁ ବାର୍ତ୍ତା ମଧ୍ୟ ଯିବ। ବିଭିନ୍ନ ଡିଜାଇନର ଏଇ ସ୍ମାର୍ଟ ଲକ୍ ଥିବାବେଳେ ୧୧ହଜାର ଟଙ୍କାରୁ ୫୫ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories