୭.୪୫ ମିଟର ଲମ୍ବର ଜୋତା

ମେକ୍ସିକୋନିବାସୀ ମୁନିସିପୋ ଡେ ସାହୁୟୋ, ବିଶ୍ବର ସବୁଠୁ ବଡ଼ ଜୋତା ତିଆରି କରି ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସ୍‌‌ରେ ସ୍ଥାନ ପାଇଛନ୍ତି। ପାରମ୍ପରିକ ମେକ୍ସିକୋ ସ୍ୟାଣ୍ଡେଲ୍ ତିଆରି କରିବା ନିମନ୍ତେ ତାଙ୍କୁ ୪୧ଦିନ ସମୟ ଲାଗିଥିବାବେଳେ ଏହି କାମରେ ମୋଟ୍ ୫ଜଣ ଲୋକ ସାମିଲ ହୋଇଥିଲେ। ବାରମ୍ବାର ଅନୁଧ୍ୟାନ କରିବା ପରେ ମୁନିସିପୋ ଏହି ​‌େ​‌ଜାତା ତିଆରି କାମ କରିଥିଲେ। ସାକ୍ଷାତକାର୍‌ରେ ସେ କହିଛନ୍ତି ରେକର୍ଡ ଲକ୍ଷ୍ୟରେ ହିଁ ସେ ଏଥିରେ ମନ ଦେଇଥିଲେ। ୮୦ ବର୍ଗ ମିଟର ଚମଡ଼ା ବ୍ୟବହୃତ ହୋଇଥିବାବେଳେ ୫ଲକ୍ଷ ଟଙ୍କା ଜୋତା ତିଆରିରେ ଖର୍ଚ୍ଚ ହୋଇଥିଲା। ଗିନିଜ୍ ବୁକ୍‌ରେ ସ୍ଥାନ ପାଇବା ପରେ ତାଙ୍କ ପରିଶ୍ରମର ମୂଲ୍ୟ ମିଳିସାରିଛି ବୋଲି ସେ କହିଛନ୍ତି। ଜୋତାର ଲମ୍ବ ୭.୪୫ ମିଟର, ଚଉଡ଼ା ୩.୦୯ ମିଟର।

Comments are closed.