www.samajalive.in
Saturday, December 6, 2025
26.1 C
Bhubaneswar

ଆଜିଠୁ +୨ ପରୀକ୍ଷା: ଯାଜପୁରରେ ପରୀକ୍ଷା ଦେଲେ ୧୭ ହଜାର ୧୧୧ ଜଣ ଛାତ୍ରଛାତ୍ରୀ

ଯାଜପୁର: ମଙ୍ଗଳବାରଠାରୁ ଆରମ୍ଭହୋଇଛି +୨ ପରୀକ୍ଷା। ଜିଲାରେ ୫୬ଟି କଲେଜରେ ମୋଟ ୧୭ ହଜାର ୧୧୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାରେ ୭ଟି ପରୀକ୍ଷା ହବ୍ ଗଠନ କରାଯାଇଛି। ଆଜି ସକାଳେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପଶ୍ନପତ୍ର ଖୋଲାଯାଇଥିଲା। ପରୀକ୍ଷା ହଲ୍ ଭିତରକୁ ମୋବାଇଲ ଏବଂ ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ନ ନେବାକୁ ଦୃଢ ପଦକ୍ଷେପ ନିଆଯାଇଛି। ଏପରିକି ପରୀକ୍ଷା ନିୟନ୍ତ୍ରଣ କରୁଥିବା ଅଧ୍ୟାପକଙ୍କୁ ପରୀକ୍ଷା ହଲ୍ ଭିତରକୁ ମୋବାଇଲ ନେବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ପ୍ରତି ପରୀକ୍ଷା କେନ୍ଦ୍ରକୁ ଜିଲାପ୍ରଶାସନ ପକ୍ଷରୁ ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ୍ ପରିଦର୍ଶନ କରିଛନ୍ତି। ଜିଲାର ଏନ.ସି ସ୍ୱୟଂଚାଳିତ କଲେଜରେ ସର୍ବାଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବାରୁ ପରୀକ୍ଷାକୁ ଶାନ୍ତି ଶୃଙ୍ଖଳା ସହ କରିବାକୁ ପୁଲିସ ମୁତୟନ କରାଯାଇଛି। ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରୀକ୍ଷା ପରିଚାଳନା କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତପ୍ରକାର ପଦକ୍ଷେପ ଗ୍ରହଣକରାଯାଇଥିବା ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ କହିଛନ୍ତି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories